ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?

Published By : Prameya-News7 Bureau | October 27, 2021 IST

ସୋର ୨୭।୧୦: ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ପରିସରରେ ଥିବା ଏକ ପରିତ୍ୟକ୍ତ ଘର ଭଙ୍ଗା ଯାଉଥିବା ବେଳେ ଏହା ଭିତରୁ ପୁଳାପୁଳା ରାସନ୍ କାର୍ଡ ମିଳିଛି । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘର ଭଙ୍ଗା ଯିବା ପରେ ରାସନ କାର୍ଡ ସହ ଅନ୍ୟାନ୍ୟ କାଗଜପତ୍ରକୁ ଏକ ଟ୍ରାକ୍ଟରରେ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଲୋକମାନଙ୍କୁ କାର୍ଡଗୁଡିକୁ ଦିଆନଯାଇ ତାକୁ ଏଭଳି ଭାବେ ଲୁଚାଇ ରଖାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.