Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଆଜି ନୀଳାଦ୍ରି ବିଜେ : ରସଗୋଲା ଦିବସ

25/07/2018 at 9:28 AM

ଭୁବନେଶ୍ୱର ୨୫/୭ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜୟ | ଅର୍ଥାତ ଆଜି ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜୀଉମାନେ | ଆଜିର ଦିନକୁ ମଧ୍ୟ ରସଗୋଲା ଦିବସ ଭାବେ ପାଳନ କରାଯାଉଛି | ରଥଯାତ୍ରାର ପରମ୍ପରା ଅନୁସାରେ ଅଭିମାନ କରିଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଖୁଆଇ ମାନଭଂଜନ କରିଥିଲେ | ବହୁ ପୁରାତନ ଏ ପରମ୍ପରା | ଓଡିଶାର ଅଧ୍ୟାତ୍ମ ଜୀବନଧାରା ସହିତ କାହିଁ କେଉଁ କାଳରୁ ଯୋଡି ହୋଇ ରହିଛି ରସଗୋଲା | ତେଣୁ ରସଗୋଲା ଯେ, ଓଡିଶାରେ ଆରମ୍ଭ ହୋଇଥିବା ମିଠା, ଏହା ନିଃସନ୍ଦେହ | ୨୦୧୫ ମସିହାରୁ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରିବା ଆରମ୍ଭ ହୋଇଛି | ମୁଖ୍ୟତଃ ରସଗୋଲା ଓଡିଶାର ନା ପଶ୍ଚିମବଙ୍ଗର ବୋଲି ବିବାଦ ଉଠିବା ପରଠାରୁ ଓଡିଶାରେ ନୀଳାଦ୍ରି ବିଜୟ ଦିନଟିକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି | ଓଡିଶା ରସଗୋଲାକୁ ଜି.ଆଇ ଟ୍ୟାଗ ପ୍ରଦାନ ପାଇଁ ୨୦୧୫ ମସିହାରୁ ଉଦ୍ୟମ ଆରମ୍ଭ ହୋଇଛି | କିନ୍ତୁ ଇତି ମଧ୍ୟରେ ୨୦୧୭ ମସିହାରେ ପଶ୍ଚିମ ବଙ୍ଗ ରସଗୋଲାକୁ ଜି.ଆଇ ଟ୍ୟାଗ ମିଳିସାରିଛି | ଏହାପରେ ଓଡିଶା ସରକାର ପୁଣି ୨୦୧୮ ମସିହା ଫେବୃଆରୀ ମାସରେ ଓଡିଶା ରସଗୋଲାକୁ ଜି.ଆଇ ଟ୍ୟାଗ ପ୍ରଦାନ ପାଇଁ ସମସ୍ତ ତଥ୍ୟ ପ୍ରମାଣ ସହ ଆବେଦନ କରିଥିଲେ | ତେବେ ଏବେ ଜି.ଆଇ ଟ୍ୟାଗ ରାଜ୍ୟ ସରକାରଙ୍କୁ ୧୪ ବିଷୟରେ ସାନି ସ୍ପଷ୍ଟୀକରଣ ମାଗିଛନ୍ତି | ସ୍ପଷ୍ଟୀକରଣ ଦେବା ପାଇଁ ରାଜ୍ୟ ସରକାର ଅଗଷ୍ଟ ୨୧ତାରିଖ ଯାଏଁ ସମୟ ନେଇଛନ୍ତି | ସମସ୍ତ ବଳିଷ୍ଠ ପ୍ରମାଣ ସହ ଏହି ସ୍ପଷ୍ଟୀକରଣ ଦିଆଯିବ ବୋଲି ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି |

   Related Posts