ଭାରତୀୟ ସେନାରେ ବିରଳ ସଂଯୋଗ: କେବି, ଛୋଟୁ ଓ ମନୋଜ ୩ ବନ୍ଧୁଙ୍କ ହାତରେ ଏବେ ରହିବ ଦେଶର ସୁରକ୍ଷା ଦାୟିତ୍ୱ

Published By : Prameya-News7 Bureau | December 18, 2019 IST

ନୂଆଦିଲ୍ଲୀ ୧୮।୧୨ :  ସ୍ୱାଧୀନ ଭାରତର ପ୍ରତିରକ୍ଷା ଇତିହାସରେ ବିରଳ ସଂଯୋଗ । ଆସନ୍ତା ଡିସେମ୍ବର ୩୧ ତାରିଖରେ ଏହି ସଂଯୋଗ ଦେଖିବାକୁ ମିଳିବ ଯେତେବେଳେ Lt. Gen. ମନୋଜ ମୁକୁନ୍ଦ ନରୱଣେ ଆର୍ମିଚିଫ୍ ହେବେ। ନରୱାଣେ ଏନଡିଏର ଯେଉଁ ବ୍ୟାଚ୍‌ କ୍ୟାଡେଟ୍ ସେହି ବ୍ୟାଚ୍‌ର ଆଉ ୨ ଜଣ  କ୍ୟାଡେଟ୍ ଦେଶର ବାୟୁ ଓ ନୌସେନାମୁଖ୍ୟ ହୋଇସାରିଛନ୍ତି। ଏଣୁ ନରୱାଣେଙ୍କ ସ୍ଥଳସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ ସହ ୩ ଏନଡିଏ ବ୍ୟାଚ୍‌ମେଟ୍ ହେବେ ୩ ସେନା ମୁଖ୍ୟ।

{"id":199509,"sizeSlug":"large"}

ଏୟାର ଚିଫ ରାକେଶ ଭଦୋରିଆ ଏବଂ ନୌସେନା ମୁଖ୍ୟ କରମବୀର ସିଂ ହେଉଛନ୍ତି ପରବର୍ତ୍ତୀ ଆର୍ମି ଚିଫ୍ ମନୋଜ ନରୱଣେଙ୍କ ସହପାଠୀ । ଏହି ୩ଜଣ ୧୯୭୬ମସିହାରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ୧୭ବର୍ଷ ବୟସରେ ଯୋଗ ଦେବା ବେଳେ କେବେ ଚିନ୍ତା ମଧ୍ୟ କରିନଥିବେ ଯେ ୩ ବ୍ୟାଚମେଟ୍ ଏକ ସମୟରେ ତିନି ସେନାର ମୁଖ୍ୟ ହେବେ । ଏହି ୩ବନ୍ଧୁ ୧୯୭୬ରେ NDAରେ ଯୋଗ ଦେବାର ୪୪ବର୍ଷ ପରେ ଏମିତି ଏକ ମୂହୁର୍ତ୍ତ ଆସିବାକୁ ଯାଉଛି । ଯେତେବେଳେ ୩ସାଙ୍ଗ ଙ୍କ ହାତରେ ରହିବ ଭାରତର ସୁରକ୍ଷା ଭାର ।

{"id":199510,"sizeSlug":"large"}

ଆଡମିରାଲ କରମବୀର ସିଂହ ମେ ୩୧ ତାରିଖରେ ନୌସେନା ମୁଖ୍ୟ ଭାବରେ ଦାୟିତ୍ୱ ନେଇଥିଲେ । ଗତ ସେପ୍ଚେମ୍ବର ୩୦ ତାରିଖରେ ଏୟାର ଚିଫ୍ ମାର୍ଶାଲ ଭାବେରାକେଶ ଭଦୌରିଆ ଦାୟିତ୍ୱ ଗ୍ରହଣ କରିଥିଲେ । ଲେଫ୍ଟନାଣ୍ଟ ଜେନେରାଲ ନରୱଣେ ଏହି ମାସ ଶେଷରେ ୨୮ତମ ଆର୍ମି ଚିଫ ଭାବେ  ଦାୟିତ୍ୱ ନେବେ । ଏହି ୩ ଜଣ ଏନଡିଏ କ୍ୟାଡେଟ୍ ଭାବରେ ୩ବର୍ଷିଆ ପାଠ ସାରି ୧୯୮୦ରେ ଅଫିସର ଭାବରେ ସେନାରେ ଯୋଗ ଦେଇଥିଲେ ।

{"id":199511,"sizeSlug":"large"}

୩ କ୍ଲାସମେଟ୍ ଏକ ସମୟରେ  ୩ସେନା ମୁଖ୍ୟ ହେବା ଅନେକ ଦୃଷ୍ଟିରୁ ବିରଳ । କାରଣ ଜନ୍ମ ତାରିଖ, କ୍ୟାରିଅର ରେକର୍ଡ, ଦକ୍ଷତା ଏବଂ ବରିଷ୍ଠତାକୁ ହିସାବକୁ ନେଇ ସେନା ମୁଖ୍ୟ ଚୟନ କରାଯାଏ । ସର୍ଭିସ ଚିଫ ୬୨ବର୍ଷ ପର୍ଯ୍ୟନ୍ତ ସେବାରେ ରହି ପାରିବେ । ଅନ୍ୟପକ୍ଷରେ ଲେଫ୍ଟନାଣ୍ଟ ଜେନେରାଲ, ଏୟାର ମାର୍ଶାଲ ଏବଂ ଭାଇସ ଏଡମିରାଲ ୬୦ବର୍ଷରେ ଅବସର  ଗ୍ରହଣ କରନ୍ତି । ତେଣୁ ୩ ବ୍ୟାଚମେଟ୍ ଏକ ସମୟରେ ସେନାମୁଖ୍ୟ ହେବା ଅତି ବିରଳ ।

{"id":199512,"sizeSlug":"large"}

କେବଳ ସେତିକି ନୁହେଁ  ଉଭୟ ଲେଫ୍ଟନାଣ୍ଟ ଜେନେରାଲ ନରୱଣେ ଏବଂ ଏୟାର ଚିଫ ମାର୍ଶାଲ ଭଦୌରିଆ NDAରେ ଲିମା ସ୍କ୍ୱାଡ୍ରନରେ ଏକତ୍ର କାମ କରିଛନ୍ତି। ଏହି ଦୃଷ୍ଟିରୁ ଉଭୟ ସ୍କ୍ୱାଡ୍ରନ ମେଟ୍‌ଙ୍କସହ  ଆଡମିରାଲ କରମବୀର ସିଂ ହଣ୍ଟର ସ୍କ୍ୱାଡ୍ରନରେ ଥିଲେ । ଏହା ବ୍ୟତୀତ ଏଡମିରାଲ ସିଂହ ଏବଂ ଲେଣ୍ଟନାଣ୍ଟ ଜେନେରାଲ୍ ନରୱଣେ NDAରେ ଯୋଗଦେବା ଆଗରୁ କିଛି ବର୍ଷ ଧରି ଗୋଟିଏ ସ୍କୁଲରେ ପାଠ ପଢିଥିବାର ବି ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.