Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବେଙ୍ଗାଲୁରୁରେ ଦୁର୍ଲଭ ଧଳା ନାଗସାପ ଉଦ୍ଧାର : ଦେଖି ଆଶ୍ଚର୍ଯ୍ୟ ହେଲେ ସମସ୍ତେ

28/05/2019 at 12:06 PM

ବେଙ୍ଗାଲୁରୁ ୨୮/୫: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଧଳା ରଙ୍ଗର ନାଗସାପ ଉଦ୍ଧାର ହୋଇଛି। ଏହି ନାଗସାପକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ନାଗସାପ ବେଙ୍ଗାଲୁରୁର ଜଷ୍ଟିସ୍ ଲେ ଆଉଟ୍ ଏରିଆରେ ଦେଖାଯାଇଥିଲା। ପରେ ଏକ କେଳାକୁ ଡକାଯାଇଥିଲା। ଏହାପରେ କେଳାଟି ଆସି ସାପକୁ ଧରିଥିଲା। ଯେତେବେଳ ଯାଏଁ ସାପଟିକୁ ଧରାଯାଇନଥିଲା ସେତେବେଳ ଯାଏଁ ଲୋକେ ଏହି ସାପକୁ ଭୟ ଏବଂ ରୋମାଞ୍ଚରେ ଦେଖୁଥିଲେ।

ଗତ ଶନିବାର ସକାଳେ ଜଷ୍ଟିସ୍ ଲେ ଆଉଟ୍ ଏରିଆରେ ଜଣେ ଅଗ୍ନିଶମ ବିଶେଷଜ୍ଞ ଏହି ସାପଟିକୁ ଦେଖିଥିଲେ। ଏହାପରେ ଏହି ସାପଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଯାଇଥିଲା। ବନ ଅଧିକାରୀମାନେ ସେହି ସମୟେର ଆସି ପହଞ୍ଚିଥିଲେ।

ବନ ଅଧିକାରୀଙ୍କ ମତରେ ଏହି ଧଳା ସାପଟି ଦୁର୍ଲଭ ପ୍ରଜାତିର। ବନ ବିଭାଗର ଅଧିକାରୀ ଏହି ସାପକୁ ବେଙ୍ଗାଲୁରୁର ଜିକେବି ପରିସରରେ ଛଡ଼ାଯାଇଥିଲା।

   Related Posts