ଜମ୍ଭୀର ଡ୍ୟାମ୍‌ରୁ ବିରଳ କଇଁଚ ଉଦ୍ଧାର, ଓଜନ ପ୍ରାୟ ୩୦ କେ.ଜିରୁ ଅଧିକ

Published By : Prameya-News7 Bureau | June 01, 2020 IST

ଦେଉଳି୧/୬: ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ ଥିବା ଜମ୍ଭୀରା ଡ୍ୟାମରୁ ଆଜି ଏକ ବିରଳ କଇଁଚ ଉଦ୍ଧାର ହୋଇଛି। ଏହା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମିଥିଲା। କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଜମ୍ଭୀରା ଡ୍ୟାମ୍‌କୁ ଯାଇଥିଲେ। ମାଛ ଧରିବା ବେଳେ ଏହି ବିରଳ କଇଁଚଟିକୁ ସେମାନେ ଉଦ୍ଧାର କରିଛନ୍ତି। ଏହି କଇଁଚର ଓଜନ ପ୍ରାୟ ୩୦ କିଲୋଗ୍ରାମରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।   ତାହା ୫୦ ବର୍ଷରୁ ଅଧିକ ବୟସ୍କ କଇଁଚ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.