ରାଜଧାନୀରୁ ଉଦ୍ଧାର ହେଲା ବିରଳ କଇଁଛ, ଔଷଧ ପ୍ରସ୍ତୁତିରେ ହୁଏ ବ୍ୟବହାର

Published By : Prameya-News7 Bureau | July 25, 2021 IST

ଭୁବନେଶ୍ୱର, ୨୫/୦୭: ଭୁବନେଶ୍ବର ରସୁଗଡ ଜିଜିପି କଲୋନୀରୁ ବିରଳ ପ୍ରଜାତିର କଇଁଛ ଛୁଆ ଉଦ୍ଧାର ହୋଇଛି । ଉଦ୍ଧାର କଇଁଛର ସ୍ବାସ୍ଥ ଜାଞ୍ଚ ପରେ ପାତ୍ରପୋଡାରେ ଥିବା ସ୍ବତନ୍ତ୍ର ପାର୍କରେ ଏହି କଇଁଛକୁ ଛଡା ଯିବ ବୋଲି କହିଛନ୍ତି ସିଟି ଫରେଷ୍ଟ ଏସିଏଫ ପ୍ରଶାନ୍ତ ପଣ୍ଡା ।

ଗତ ଦୁଇଦିନ ଧରି ଲଗାଣ ବର୍ଷା ସମୟରେ ଏକ (INDIAN STAR TORTOISE )ଇଣ୍ଡିଆନ ଷ୍ଟାର ଟର୍ଟୋଇଜ ପ୍ରଜାତିର ଏକ ବିରଳ କଇଁଛ ଛୁଆ ଜିଜିପି କଲୋନୀରେ ବୁଲିବା ସମୟରେ କିଛି କୁକୁର କଇଁଛକୁ ଖାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ କଇଁଛଟି ସଙ୍ଗୀତା ନାୟକଙ୍କ ଅଗଣା ଫାଟକ ଭିତରକୁ ପସି ଯାଇଥିଲା । ସେତେବେଳେ ଘରେ ସଂଗୀତା ଓ ତାଙ୍କ ଛୋଟ ଝିଅ ଏହାକୁ ଦେଖି, ବିରଳ କଇଁଛକୁ କୁକୁର ମୁହଁରୁ ଉଦ୍ଧାର କରିଥିଲେ ।

wp:html https://youtu.be/gaTmNWuKXpY /wp:html

କଇଁଛ କଣ ଖାଇବ ପିଇବ ସେ ନେଇ କିଛି ଜାଣି ପାରି ନଥିବାରୁ ତାକୁ ବଂଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । ପର ଦିନ ନନ୍ଦନକାନନ ପଷୁ ବିଶେଷଜ୍ଞ ଦେବେନ୍ଦ୍ର ମହାପାତ୍ରଙ୍କୁ ଖବର କରିଥିଲେ । ଏହା ସହିତ ନିକଟସ୍ଥ  ସିଟି ଫରେଷ୍ଟ ଭୁବନେଶ୍ବରକୁ ଜଣାଇଥିଲେ । ଆଜି ସକାଳେ ସିଟି ଫରେଷ୍ଟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ବିରଳ କଇଁଚ ଛୁଆକୁ ଉଦ୍ଧାର କରିଛନ୍ତି । ଉଦ୍ଧାର କଇଁଛର ସ୍ବାସ୍ଥ୍ୟ ଠିକ୍ ଅଛି ଖିଆପିଆ କରୁଛି । ଏହା ସତ୍ବେ କଇଁଛଟିର ସ୍ବାସ୍ଥ ପରୀକ୍ଷା କରାଯାଇ, ପାତ୍ରପୋଡାରେ ଥିବା ସ୍ବତନ୍ତ୍ର ରେସ୍କ୍ୟୁ ସେଣ୍ଟରରେ ଛଡା ଯିବା ନେଇ ସିଟି ଫରେଷ୍ଟ ଏସିଏଫ ପ୍ରଶାନ୍ତ ପାଣ୍ଡା କହିଛନ୍ତି । 

ଏହି କଇଁଛଟି ଓଡିଶାରେ ମିଳେନାହିଁ । ଏଥିରୁ କିଛି ଓୌଷଧ ପ୍ରସ୍ତୁତ ହେଉଥିବାରୁ ଏଗୁଡିକୁ ସ୍ମଗଲିଗିଂ କରାଯାଇଥାଏ । ଏହାର ମାର୍କେଟ ମୂଲ୍ୟ ୧୦ହଜାର ଟଙ୍କାରୁ ଉର୍ଦ୍ଧ୍ୱ ବୋଲି ଜଣା ପଡିଛି । ତେବେ ୨୦୧୮ ମସିହାରେ ଏମିତି ପ୍ରଜାତିର ୪୦୬ଟି କଇଁଛ ବିବେକ ଏକ୍ସପ୍ରେସ ଯୋଗେ ଦୁଇ ମହିଳା ନେଇ ଯାଉଥିବା ବେଳେ, ଭୁବନେଶ୍ବର ଠାରେ ରେଳବିଭାଗ ଦ୍ବାର ଉଦ୍ଧାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.