Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିରଳ କଇଁଛ : ଖୋଳପା ଓ ଶରୀର ସୁନା ରଙ୍ଗର, ବିଷ୍ଣୁଙ୍କ ଅବତାର ମନେକରି ପୂଜା କରୁଛନ୍ତି ଲୋକେ

20/08/2020 at 5:38 PM

ନୂଆଦିଲ୍ଲୀ, ୨୦|୦୮:  ସମୁଦ୍ରରୁ ମିଳିଲା ବିରଳ ସୁନେଲି କଇଁଛ । କଇଁଛ ଶରୀର ଓ ଖୋଳପାର ରଙ୍ଗ ମଧ୍ୟ ସୁନେଲି । ଏପରି ବିରଳ କଇଁଛ ଦେଖିବାକୁ ମିଳିଛି ନେପାଳର ଧଂଶୁଧାମ ମ୍ୟୁନିସିପାଲଟିରେ । ଏହାକୁ ମିଥିଲା ଓ୍ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଠାବ କରିଛି । ତେବେ ଏପରି କଇଁଛକୁ ନେପାଳରେ ଭଗବାନ ଭାବେ ପୂଜା କରାଯାଏ ।

ସରୀସୃପ ବିଶେଷଜ୍ଞ କମଲ ଦେଭକୋଟା କହିଛନ୍ତି ଯେ, ଏହି କଇଁଛ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଛି । ଏହାକୁ ନେପାଳ ସଂସ୍କୃତିରେ ପ୍ରାଧାନ୍ୟ ଦିଆଯାଏ । ଭଗବାନ ବିଷ୍ଣୁ ମଧ୍ୟ ଏପରି କଇଁଛ ଅବତାର ଗ୍ରହଣ କରିଥିଲେ ବୋଲି ବିଶ୍ୱାସ ରହିଛି। ଭାରତୀୟ ପୂରାଣରେ ଭଗବାନ ବିଷ୍ଣୁ କଛପ ଅବତାର ଗ୍ରହଣ କରିଥିଲେ ବୋଲି ବିଶ୍ୱାସ ରହିଛି । ଏପରି କଇଁଛକୁ ଭାରତର ଓ ନେପାଳର ବିଭିନ୍ନ ମନ୍ଦିରରେ ପୂଜା କରାଯାଏ ।

ତେବେ କୌଣସି ଜିନ୍ ବା କ୍ରୋମିକ୍ ଲିକ୍ୟୁଜିମ୍ ପାଇଁ ଏହି କଇଁଛଟି ସୁନେଲି ରଙ୍ଗର ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି । ଏପରି ଲିକ୍ୟୁଜିମ୍ ହେଲେ ଶରୀରର ରଙ୍ଗ ପରିବର୍ତ୍ତନ ହୋଇଥାଏ ।

ଏହା ହେଉଛି ପ୍ରଥମ କେସ୍ ଯେତେବେଳେ ନେପାଳରେ ଏପରି କଇଁଛ ଠାବ ହୋଇଛି । ଏପରି ରଙ୍ଗର ବିଶ୍ୱରେ ଏବେସୁଦ୍ଧା ୫ଟି କଇଁଛ ଠାବ ହୋଇଛନ୍ତି ।

ବେଳେବେଳେ ଏପରି ଲିକ୍ୟୁଜିମରେ ଶରୀରର ରଙ୍ଗ ଧଳା, ନୀଳ ହୋଇଥାଏ । କିନ୍ତୁ କଇଁଛଙ୍କ କ୍ଷେତ୍ରରେ ଏହା ସୁନେଲି ବା ଗୋଲ୍ଡେନ୍ ରଙ୍ଗ ଧାରଣ କରେ ।

   Related Posts