ବିଶ୍ୱରେ ଏହି ଆଦିବାସୀଙ୍କ ସଂଖ୍ୟା ମାତ୍ର ୫୩, Covidରେ ୪ ଆକ୍ରାନ୍ତ

Published By : Prameya-News7 Bureau | August 27, 2020 IST

ପୋର୍ଟବ୍ଲେୟାର ୨୭।୮:  ଆଣ୍ଡାମାନ ନିକୋବରରେ ମିଳୁଥିବା ଦୁର୍ଲଭ ଆଦିବାସୀ ପ୍ରଜାତି ଗ୍ରେଟ ଆଣ୍ଡାମାନିଜ୍ ଏବେ ବିପଦରେ। ଏହି ଆଦିବାସୀଙ୍କ ଜନ ସଂଖ୍ୟା ମାତ୍ର ୫୩। ଏମାନଙ୍କ ମଧ୍ୟରୁ ୪ ଜଣ କୋଭିଡ-୧୯ ପଜିଟିଭଥିବା ଜଣାପଡିଛି। କରୋନା ସଂକ୍ରମିତଙ୍କ ମଧ୍ୟରୁ ୨ ଜଣଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ତେବେ ବାକି ୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଅଛନ୍ତି।

{"id":321200,"sizeSlug":"large"}

ଏହି ଆଦିବାସୀମାନେ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜର ଏକ ଆବାସିକ ଦ୍ୱୀପରେ ବସବାସ କରନ୍ତି। ତେବେ ଏମାନଙ୍କ ମଧ୍ୟରୁ କରୋନା ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଡାକ୍ତର କହିଛନ୍ତି। ଗ୍ରେଟ ଆଣ୍ଡାମାନିଜ ବୋଲି ଯେଉଁ ଆଦିବାସୀଙ୍କ କଥା ଏଠାରେ କୁହାଯାଉଛି ଏମାନଙ୍କ ଏକ ବିସ୍ତୃତ ସଂଖ୍ୟାକୁ ପୂର୍ବରୁ ଇଂରେଜମାନେ ହତ୍ୟା କରିଦେଇଥିଲେ। ଏବେ ଏହି ଆଦିବାସୀ ପ୍ରଜାତିଙ୍କ ମଧ୍ୟରୁ ମାତ୍ର ୫୩ ଜଣ ପୃଥିବୀରେ ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି।

{"id":321205,"sizeSlug":"large"}

ଏହି ଦୁର୍ଲଭ ଆଦିବାସୀ ପ୍ରଜାତିର ସଂରକ୍ଷଣ ଲାଗି ଭାରତ ସରକାର ଆଣ୍ଡାମାନ ନିକୋବରରେ ପାରୁ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଛନ୍ତି। ଏମାନଙ୍କ ଲାଗି ତମାମ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ସେମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ମଧ୍ୟ ବ୍ୟବସ୍ଥା କରିଛନ୍ତି । ଏହି ଆଦିବାସୀଙ୍କ ମଧ୍ୟରୁ ୪ ଜଣ କୋଭିଡ-୧୯ ପଜିଟିଭ ଚିହ୍ନଟ ହେବା ପରେ ବାକି ଲୋକଙ୍କୁ ପୋର୍ଟବ୍ଲେୟାରର ଏକ ଅନ୍ୟ ଦ୍ୱୀପକୁ ପଠାଇ ଦିଆଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ନଜର ରଖାଯାଇଛି। ତେବେ ଏମାନଙ୍କ ନିକଟକୁ କୋଭିଡ କିପରି ପହଞ୍ଚିଲା ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.