Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପାଇପ ଲାଇନ ବସାଇବାକୁ ଖୋଳା ଚାଲିଥିଲା ମାଟି, ଉଦ୍ଧାର ହେଲା ବହୁ ପୁରାତନ ଶିଳାଖଣ୍ଡ

5/07/2021 at 12:33 PM

ଜଗତସିଂହପୁର ୫/୭ : ସହର ଖେରସ ନିକଟରୁ ୧୮୮୯ ମସିହାର ବହୁ ପୁରାତନ ଏକ ଶିଳା ଶିଳାଖଣ୍ଡ ମାଟି ତଳୁ ଉଦ୍ଧାର କରାଯାଇଛି । ଶିଳାଖଣ୍ଡଟି କଫିନର ଉପର ଭାଗ ଭଳି ଦେଖାଯାଉଥିବା ବେଳେ ସେଥିରେ ଯୀଶୁଖ୍ରୀଷ୍ଟଙ୍କ କ୍ରସ ଚିହ୍ନ ରହିଛି । ଏହା ଉପରେ ଇଂରାଜୀରେ କିଛି ଲେଖା ହୋଇଥିବା ଦେଖାଯାଇଥିଲେ ମଧ୍ୟ ତାହା ସ୍ପଷ୍ଟ ହେଉନାହିଁ ।ଏହା କୌଣସି ବ୍ରିଟିଶ ମହିଳାଙ୍କ କବର ପାଇଁ ବ୍ୟବହୃତ କଫିନ ବୋଲି ଅନୁମାନ କରାଯାଉଛି । ଏହା ମଧ୍ୟରୁ ଅନ୍ୟ କିଛି ପଦାର୍ଥ ବା ମଣିଷ କଙ୍କାଳ ମିଳିନାହିଁ ।

ପାଇପ ଲାଇନ ଖୋଳା ହେବା ସମୟରେ ମାଟି ତଳୁ ଏହି ଶିଳା ମିଳିଥିବା ବେଳେ ସେହିଠାରେ ପୁଣି ପୋତି ଦିଆଯାଇଛି । ଏହାକୁ ଦେଖି ପାଇପ ଲାଇନ ବିଛାଉଥିବା ଲୋକେ ଭୟଭୀତ ହେବା ସହିତ ସେହି ଶିଳା ଖଣ୍ଡକୁ ପୋତି ଦେଇଥିଲେ । ଜଗତସିଂହପୁରରେ ବ୍ରିଟିଶ ମାନେ ରହୁଥିବା ବେଳେ ସେମାନେ ଏହି ସ୍ଥାନକୁ କବର ସ୍ଥଳ ଭାବରେ ବ୍ୟବହାର କରୁଥିବାର ଅନୁମାନ କରାଯାଉଛି । ଏହି କବର ସ୍ଥଳରେ ଏବେ ଜଳ ସମ୍ପଦ ବିଭାଗ କଲୋନୀ ନିର୍ମାଣ କରାଯାଇଛି ।

   Related Posts