ବାଙ୍କୀରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପ୍ରଜାପତି; ଦେହରେ ରହିଛି ମୟୁର ପୂଛରେ ଥିବା ଚନ୍ଦ୍ରିକା ଭଳି ଚିହ୍ନ

Published By : Prameya-News7 Bureau | October 14, 2018 IST

ବାଙ୍କୀ ୧୪/୧୦ : ବାଙ୍କୀ ନିସ୍ତିପୁର ଗ୍ରାମ ମିନାଲି ଜେନାଙ୍କ ଘର କାନ୍ଥରେ ଏକ ବିରଳ ପ୍ରଜାତିର ପ୍ରଜାପତି ଦେଖିବାକୁ ମିଳିଛି । କାହିଁ କେଉଁ ଆଡୁ ଉଡ଼ିଆସିଛି ଏହି ନିରାପଦ ସ୍ଥ।ନକୁ । ଏଠାରେ ଏହି ପ୍ରଜାପତି ବଂଶ ବିସ୍ତାର କରିବା ପାଇଁ ଅଣ୍ଡା ଦେଇଛି ।ଅଣ୍ଡା ଉପରେ ବହୁସମୟ ଧରି ବସିରହିଛି । ଯେଉଁ ପ୍ରଜାପତି ଉଡ଼ିବୁଲେ ପିଲାମାନେ ଧରିପ।ରନ୍ତିନି । ହେଲେ ଏଭଳି ସ୍ଥିତିରେ ସତେ ଯେମିତି ଧରାଦେବାକୁ ଉଡ଼ିଆସିଛି ପ୍ରଜାପତିଟି । ଖାଲି ସେତିକି ନୁହେଁ ମାଙ୍କ ଆଗମନ ନେଇ ଧରା ପୃଷ୍ଠକୁ ଓହ୍ଲାଇ ଆସିଛି ଶୋଭା ବର୍ଦ୍ଧନ କରିବା ପାଇଁ । ପ୍ରାକୃତିକ ବିପର୍ଯ୍ୟୟରେ ବିଭିର୍ଣ୍ଣ ପ୍ରଜାତିର ଜୀବଜନ୍ତୁ ବିଲୁପ୍ତ ହୋଇଯାଉଥିବାବେଳେ ଏଭଳି ପ୍ରଜାପତି ଦେଖି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ପ୍ରଜାପତି ଦେଖିବାକୁ ସମ୍ପୂର୍ଣ ହଳଦିଆ ରଙ୍ଗର । ଏହାର ଦେହରେ ମୟୁର ପୂଛରେ ଥିବା ଚନ୍ଦ୍ରିକା ଭଳି ଚକା ଚକା ଚିହ୍ନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.