କୋରାପୁଟର ନିଆରା ଓ ପ୍ରାକୃତିକ ଛତୁ : କିଲୋ ପ୍ରତି ଦର ୮୦୦ରୁ ୧୨୦୦ଟଙ୍କା, ତଥାପି ଗ୍ରାହକଙ୍କ ପ୍ରଥମ ପସନ୍ଦ

Published By : Prameya-News7 Bureau | June 24, 2019 IST

ଜୟପୁର ୨୪|୬: ଛତୁ କେଜି ୮୦୦ ଟଙ୍କା । ତଥାପି କିଣିବାକୁ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାବ।ହେଲେ ଏହା ବଜାରରେ ମିଳୁଥିବା ବଟନ କି ପାଳ ଛତୁ ନୁହେଁ।ଏହି ହେଉଛି ବଡା ଛତୁ। ଏହା କେବଳ କୋରାପୁଟ ଓ ପଡୋଶୀ ଜିଲ୍ଲା ମାନଙ୍କରେ ଆଷାଢ ଓ ଶ୍ରାବଣ ମାସରେ ମିଳିଥାଏ। ଆଉ ଏହା ବର୍ଷର  ଏହି ୨ ମାସରେ ହଁ ମିଳୁଥିବା ବେଳେ ଖାଇବାକୁ  ଖୁବ ସ୍ବାଦିଷ୍ଟ।ତେଣୁ ଏହାର ବଜାରରେ ବେଶ ଚାହିଦା ରହିଛି। ଏବେ ଏହି ଛତୁର ପସରା ଜୟପୁର ଦେଖିବାକୁ ମିଳୁଥିବା ବେଳେ ଦରକୁ ଖାତିର ନକରି ଏହାକୁ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ପ୍ରବଳ ଆଗ୍ରହ।

{"id":126604}

ଜୟପୁର ବଜାରରେ ବଡା ଛତୁର ପସରା।ପସରା ମେଲାଇ ବସିଛନ୍ତି ବ୍ୟବସାୟୀ।ଛତୁ ଗୁଡିକ ଦେଖିବାକୁ ଛୋଟ ଛୋଟ ଅଣ୍ଡା ପରି।ଛୋଟଠୁ ଆରମ୍ଭ କରି ଟିକେ ବଡ ଆକାରର ବି ରହିଛି।ଏହା କୋରାପୁଟର ସବୁଠାରୁ ଦାମୀ ଛତୁ।ଏହି ଛତୁ ଦର କିଲୋ ପିଛା ଏବେ ୮୦୦ ଟଙ୍କାରେ ଜୟପୁର ବଜାରରେ ବିକ୍ରି ହେଉଛି।।

{"id":126612}

କୋରାପୁଟ ଓ ଏହାର ପଡୋଶୀ ଜିଲ୍ଲା ମାନଙ୍କରେ ଏହା ମିଳେ।ବର୍ଷକୁ କେବଳ ଆଷାଢ ଓ  ଶ୍ରାବଣ ,ଏହି ୨ ମାସରେ ମିଳିଥାଏ।ଏହି ଛତୁ ଚାଷ ହେଉନଥିବା ବେଳେ ପ୍ରାକୃତିକ ପରିବେଶରେ ହିଁ ଶାଳ ଗଛ ତଳେ ଫୁଟିଥାଏ।ଖାଇବାକୁ ଏହା ଖୁବ ସ୍ବାଦିଷ୍ଟ ହୋଇଥିବାରୁ ଏହାର ଚାହିଦା ବି ବେଶ ରହିଛି।

{"id":126608}

୧୦ ଦିନ ହେଲା ଏହି ଛତୁ ବଜାରକୁ ଆସିଥିବା ବେଳେ ଦର ପୂର୍ବରୁ ଥିଲା କିଲୋ ପିଛା ୧୨୦୦ ଟଙ୍କା ଓ ପରେ ୧୦୦୦ ଟଂକାକୁ ଖସିଥିଲା।ହେଲେ ଏବେ ଦର ଖସି ୮୦୦ରେ ପହଁଚିଛି। ତେବେ ଖରା ଯାଇ ଏବେ କିଛି ଦିନ ହେଲା  ବର୍ଷା ଆସିଥିବାରୁ ଛତୁ କମ୍ ପରିମାଣର ବଜାରକୁ ଆସିଛି। ଟିକେ ଖରା ହେବା ପରେ ଅଧିକ ଛତୁ ବଜାରକୁ ଆସିବ ଓ ଦର ଖସିବ ବୋଲି କହିଛନ୍ତି ବ୍ୟବସାୟୀ।

{"id":126609}

ନିରାମିଷାସୀଙ୍କ ପ୍ରଥମ ପସନ୍ଦ ସବୁ ବେଳେ ଛତୁ ରହି ଆସିଛି।ହେଲେ ବଜାରରେ ମିଳୁଥିବା ବଟନ ହେଉ କି ପାଳ ଛତୁ ଏହା ଚାଷ କରି ଉତ୍ପାଦନ କରାଯାଇଥାଏ।କିନ୍ତୁ ବଡା ଛତୁ ପ୍ରାକୃତିକ ପରିବେଶରେ ସ୍ବତଃ ଫୁଟୁଥିବାରୁ ଏହା ଅନ୍ୟ ଛତୁ ତୁଳନାରେ ଖୁବ ସ୍ବାଦିଷ୍ଟ ବୋଲି କହିଛନ୍ତି ଗ୍ରାହକ।

ତେଣୁ କେବେ ଆଷାଢ ମାସ ଆସିବ ଓ ଏହି ଛତୁ ମିଳିବ ଏହାର ଅପେକ୍ଷା ଥାଆନ୍ତି କୋରାପୁଟବାସୀ।ଏହି ଛତୁରେ ମସଲା ଭଜା,ବେସର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର  ବ୍ୟଂଜନ ପ୍ରସ୍ତୁତ  ହୋଇଥାଏ।ଦର ଅଧିକ ରହିଥିଲେ ଏହାକୁ କିଣିବାକୁ  ଗ୍ରାହକ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି।ଅନ୍ୟ ଛତୁ ତୁଳନାରେ ଏଥିରେ ଅଧିକ ଭିଟାମିନ୍ ବି ରହିଥିବା କହିଛନ୍ତି ଗ୍ରାହକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.