ବିରଳ ପ୍ରଜାତିର ମାଛ ଉଦ୍ଧାର : ୪ଟି ଆଖି, ଗାଲିରେ ହେଉଛି ଛିଡା, ନାଁ ‘ବ୍ଲାକ୍ ଡାଇମଣ୍ଡ’

Published By : Prameya-News7 Bureau | January 04, 2020 IST

ଚାନ୍ଦବାଲି ୪।୧: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ସ୍ଥାନୀୟ ଖ୍ରୀଷ୍ଟିଆନ ପୋଖରୀରୁ ଏହି ବିରଳ ପ୍ରଜାତିର ମାଛକୁ ଉଦ୍ଧାର କରିଛନ୍ତି ମତ୍ସ୍ୟଜୀବୀମାନେ । ଏହି ମାଛ ତାର ଦୁଇ ଗାଲି ସାହାଯ୍ୟରେ ମାଟି ଉପରେ ଛିଡ଼। ହୋଇପାରୁଛି ଏବଂ ଶବ୍ଦ ମଧ୍ୟ କରିପାରୁଛି ।

{"id":206676,"sizeSlug":"large"}

ଉଦ୍ଧାର ହୋଇଥିବା ମାଛଟିର ୪ଟି ଆଖି ରହିଛି । ମାଛଟିର ଓଜନ ୩ କେଜି ହେବ । ତାର ପିଠି ଓ ଲାଞ୍ଜ ଅଧିକ ଟାଣ ଓ କୁମ୍ଭୀର ଚମଡ଼। ପରି ହୋଇଛି । ଏହି ମାଛକୁ ଆଳଙ୍କରିକ ବା ଆର୍ଟିଫିସିଆଲ୍ ବ୍ଲାକ୍ ଡ଼।ଇମଣ୍ଡ୍ ମାଛ ବୋଲି କହିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ।

{"id":206677,"sizeSlug":"large"}

ଏହି ମାଛ ସାଧାରଣ ମାଛ ପରି  ଦେଖାଯାଉଥିଲେ ମଧ୍ୟ ଏହି ମାଛ ଅନ୍ୟ ସାଧାରଣ ମାଛ ତୁଳନାରେ ଭିନ୍ନ ଅଟେ । ଏହି ମାଛକୁ କେହି ଖାଆନ୍ତିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.