ମହାକାଶରେ ତାରାମାନଙ୍କ ମଧ୍ୟରେ ପରିଲକ୍ଷିତ ହେଲା ଏକ ଅଜବ ଜିନିଷ, ପୂର୍ବରୁ କେବେ ଦେଖାଦେଇନାହିଁ

Published By : Prameya-News7 Bureau | August 02, 2020 IST

ନୂଆଦିଲ୍ଲୀ ୦୨/୦୮ : ମହାକାଶରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି | ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଫଟୋ ଦେଖି ଲୋକେ କହିଛନ୍ତି ଏହା କଣ ପ୍ରଜାପତି ? ୟୁରୋପୀୟନ ସଦର୍ନ ଆବଜାଜରଭେଟରୀ (ଇଏସଓ) ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଉଡୁଥିବା ଜିନିଷର ଫଟୋ ସେୟାର କରିଛନ୍ତି | ଦେଖିବାକୁ ଏହା ପ୍ରଜାପତି ଆକାରର | ଫଟୋକୁ ଜୁଲାଇ ୩୦ ତାରିଖରେ ସେୟାର କରାଯାଇଥିଲା | ଫଟୋକୁ ବହୁତ ଲୋକ ଲାଇକ କରିଛନ୍ତି | ଅନେକ ଲୋକ ଏହି ଫଟୋରେ କମେଣ୍ଟ ମଧ୍ୟ କରିଛନ୍ତି |

{"id":309017,"sizeSlug":"large"}

ଗ୍ୟାସରେ ହୋଇଥିବା ଏହି ପ୍ରଜାପତି ଆକାରର ଅଜବ ଜିନିଷକୁ ଦେଖି ସୋସିଆଲ ମିଡ଼ିଆ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି | ଏହାକୁ NGC 2899 ମଧ୍ୟ କୁହାଯାଏ | ଆକର୍ଷଣୀୟ ଆକାର, ସୁନ୍ଦର ରଙ୍ଗ ଓ ଜଟିଳ ପାଟର୍ନ ସହ ଏହା ଦେଖିବାକୁ ପ୍ରଜାପତି ଭଳି | ଗ୍ୟାସର ଏହି ଫୋଟକା NGC 2899 VLT ର ଫଟୋ ଆକାଶରେ ଭାସୁଥିବାର ଦେଖିବାକୁ ମିଳିଥିଲା |

ଦ ସେଲସ ସାଉଥର ତାରାମଣ୍ଡଳରେ ୩୦୦୦ ଏବଂ ୬୫୦୦ ପ୍ରକାଶ ବର୍ଷ ସ୍ଥିତ ନେବୁଲାରେ ଦୁଇଟି କେନ୍ଦ୍ରୀୟ ତାରା ଅଛି | କୁହାଯାଏ ଯେ ଏହି କେନ୍ଦ୍ରୀୟ ତାରା ଏହାକୁ ସମିତ ରୂପ ଦେଇଥାନ୍ତି | ଅଫିସିଆଲ ଇଏସଟି ୱେବସାଇଟ ରିପୋର୍ଟ ଅନୁଯାୟୀ ଇଏସଓ ଟେଲିସ୍କୋପରେ ଦେଖାଯାଇଛି | 

wp:core-embed/twitter {"url":"https://twitter.com/ESO/status/1288806933525344257","type":"rich","providerNameSlug":"twitter","className":""}
https://twitter.com/ESO/status/1288806933525344257
/wp:core-embed/twitter

ଏହିଭଳି କୌଣସି ଜିନିଷ ପୂର୍ବରୁ ଦେଖାଯାଇନଥିଲା | ମହାକାଶଚାରୀ ଏନଜିସି ୨୮୯୯ ସାହାଯ୍ୟରେ ଏକ ଖାସ ଟେକନିକ କ୍ୟାମେରାରେ ଏହାର ଫଟୋ ଉଠାଇବାରେ ସକ୍ଷମ ହୋଇଛନ୍ତି | ଏହି ଫଟୋକୁ 8.2-ମିଟର ତେଲସ୍କୋପି ଯାହାର ନାଁ ESO's VLT ଦ୍ୱାରା କ୍ୟାପିଚର କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.