ଉଦଳା ଅଞ୍ଚଳରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର

Published By : Prameya-News7 Bureau | July 30, 2019 IST

ଉଦଳା ୩୦|୭: ଉଦଳା ଅଂଚଳରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି । ଏହି ସାପଟି ବିଶେଷ ଭାବେ ଦେଖିବାକୁ ମିଳୁ ଥିବାବେଳେ ଏହାକୁ ଉଦ୍ଧାର କରିଛନ୍ତି ସ୍ନେକ୍ ଲାଇଫ୍ ଲାଇନର ସଦସ୍ୟମାନେ । 

{"id":138872}

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଢୋ ଗ୍ରାମରୁ ଏକ ବିରଳ ସାପ ଉଦ୍ଧାର କରାଯାଇଛି । ସାପଟିକୁ ଉଦ୍ଧାର କରିଛନ୍ତି ସ୍ନେକ୍ ଲାଇଫ୍ ଲାଇନର ସଦସ୍ୟ । ରାଢୋ ଗ୍ରାମର କିରଣ ବିଶ୍ବାଳଙ୍କ ଫାର୍ମ ହାଉସ ଚାଳ ଉପରେ ଏକ ସାପ ଥିବାର ଦେଖିବାକୁ ମିଳିଥିଲା । ପରେ ଏ ନେଇ ସ୍ନେକ୍ ଲାଇଫ୍ ଲାଇନର ସଦସ୍ୟଙ୍କୁ ଜଣାଇବା ପରେ ସ୍ନେକ୍ ଲାଇଫ୍ ଲାଇନର ସଦସ୍ୟ ରାକେଶ କୁମାର ମହାଳିକ ଏବଂ ଅଭିଜିତ୍ ବେହେରା ଘଟଣାସ୍ଥଳରେ ପହଂଚି ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛନ୍ତି ।

{"id":138873}

ଉଦ୍ଧାର ସାପଟିର ନାମ ବାମ୍ବପିଟ୍ ଭାଇପର ବା ଫଟକା ବଡା ସାପ କୁହାଯାଏ । ସାପଟିର ଲମ୍ବ ୨ ଫୁଟ୍ ରହିଥିବା ବେଳେ ଉଦ୍ଧାର ସାପଟିକୁ ରାଢୋ ଜଙ୍ଗଲରେ ଛାଡି ଦିଆଯାଇଛି । ସାପଟି ବିରଳ ପ୍ରଜାତିର ବୋଲି ଜଣାଯାଇଛି । ସାପଟି ମୁଖ୍ୟତଃ ବାଉଶ ବୁଦାମାନଙ୍କରେ ରହୁଥିବା ଜଣାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.