Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ପାର୍କ ନିକଟରୁ ବାହାରିଲା ଦୁର୍ଲଭ ନାଲି ସାପ : ୮୨ ବର୍ଷ ପରେ ଦେଖାଦେଇଛି ଏହି ସାପ

1/07/2020 at 2:05 PM

ଲଖିମପୁର ୦୧/୦୭ : ଦୁର୍ଲଭ ସାପ ରେଡ କୋରାଲ କୁକରୀର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ଉତ୍ତର ପ୍ରଦେଶ ଲଖିମପୁର ଖେରୀ ଅନ୍ତର୍ଗତ ଦୁଧବା ଜାତୀୟ ଉଦ୍ୟାନରେ ଦୁଇ ଦିନ ପୂର୍ବରୁ ଏହି ସାପକୁ ଦେଖିବାକୁ ମିଳିଥିଲା | ଜଣେ କର୍ମଚାରୀ ଦୁର୍ଲଭ ନାଲି ସାପର ଏକ ଫଟୋ ଉଠାଇ ଟ୍ୱିଟରରେ ବନ୍ୟଜନ୍ତୁ ସଂରକ୍ଷଣ ଓ ପର୍ଯ୍ୟଟନ ସଂଗଠନ ସହ ସେୟାର କରିଥିଲେ |

ଏହି ସାପକୁ ପ୍ରଥମଥର ୧୯୩୬ ମସିହାରେ ଦୁଧବା ଅଞ୍ଚଳରେ ଦେଖିବାକୁ ମିଳିଥିଲା | ଏହାର ଜୁଲୋଜିକାଲ ନାଁ ଓଲିଗୋଡୋନ ଖେରିଏନ୍ସିସ | ଏହି ସାପର ଆକାର ମଧ୍ୟ ଦୁର୍ଲଭ | ୮୨ ବର୍ଷ ଅନ୍ତରାଳରେ ଏହି ସାପ ପ୍ରଥମଥର ପାଇଁ ଦେଖାଦେଇଛି | ବରିଷ୍ଠ ବନସେବା ଅଧିକାରୀ ରମେଶ ପାଣ୍ଡେଙ୍କ କହିବାନୁଯାୟୀ, ଲାଲ କୋରାଲ କୁକରୀ କିଛି ବର୍ଷରେ ଭିତରେ ୪ଥର ଦେଖିଦେଇଛି | 

ରବିବାର ଦିନ ସାପର ଫଟୋ ସେୟାର କରି ୱାଇଲ୍ଡଲେନ୍ସ ଲେଖିଥିଲେ ଯେ, ଦୁଧବା ନ୍ୟାସନାଲ ପାର୍କ ବିବିଧତା ଓ ଆଶ୍ଚର୍ଯ୍ୟ ଭରା | ରେଡ କୋରାଲ କୁକରୀ ଏକ ଅତ୍ୟନ୍ତ ଦୁର୍ଲଭ ସାପ | ରବିବାର ଦିନ ବର୍ଷା ଛାଡିବା ପରେ କର୍ମଚାରୀଙ୍କ ଘର ପାଖରେ ଏହି ସାପକୁ ଦେଖିବାକୁ ମିଳିଥିଲା |

ସୋସିଆଲ ମିଡ଼ିଆରେ ଏହାର ଫଟୋ ଭାଇରାଲ ପରେ ଲୋକେ ସାପକୁ ନେଇ ଅନେକ ପ୍ରତିକ୍ରିୟା ରଖିଥିଲେ | ଲୋକେ କହିଥିଲେ ସାପ ଦେଖିବାକୁ ବହୁତ ସୁନ୍ଦର | ବିଶେଷଜ୍ଞଙ୍କ ଅନୁଯାୟୀ, ଲାଲ କୋରାଲ କୁକରୀ ବିଷାକ୍ତ ନୁହେଁ | ସେ କେବଳ ପୋକଜୋକ ଓ ଜିଆ ଖାଇଥାଏ | ଏହାର ନାଁର ବିଶେଷତ୍ୱ ହେଲା ଶରୀରର ଆକାର | ସାପର ରଙ୍ଗ ଲାଲ ଏବଂ ଅଣ୍ଡା ଭାଙ୍ଗିବା ପାଇଁ ସେ ନିଜ ଦାନ୍ତକୁ ବ୍ୟବହାର କରିଥାଏ |

   Related Posts