ବିରଳ ପ୍ରଜାତିର ଗରୁଡ ପକ୍ଷୀ ଉଦ୍ଧାର

Published By : Prameya-News7 Bureau | April 08, 2021 IST

ଚୌଦ୍ବାର ୮।୪: ଜଗତପୁର ବିରୂପା ବ୍ୟାରେଜ ନିକଟରୁ ଏକ ବିରଳ ପ୍ରଜାତିର ପକ୍ଷୀକୁ ଲୋକମାନେ ଉଦ୍ଧାର କରିଛନ୍ତି । ପକ୍ଷୀଟିକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ । ବିରୂପା ବ୍ୟାରେଜ ନିକଟରେ ଥିବା ଜନୈକ ବ୍ୟକ୍ତିଙ୍କ ପାନ ଦୋକାନ ଆଗରେ ପକ୍ଷୀଟି ପଡ଼ିଥିବା ବେଳେ କୁକୁରମାନେ ତାକୁ ଘେରି ଯାଇଥିଲେ । ଏହାପରେ ଗ୍ରାମବାସୀ ମିଶି ପକ୍ଷୀଟିକୁ ଉଦ୍ଧାର କରିଥିଲେ । ବନପାଳ ଏହି ପକ୍ଷୀକୁ ଗରୁଡ଼ ପକ୍ଷୀ ବୋଲି କହିଛନ୍ତି । ବନ ବିଭାଗ ଆହତ ପକ୍ଷୀଟିକୁ ଚିକିତ୍ସା ପାଇଁ ସ୍ଥାନୀୟ ପଶୁ ଡାକ୍ତରଖାନାକୁ ପଠାଇଛନ୍ତି । ଚିକିତ୍ସା ପରେ ଏହାକୁ କେଉଁଠି ଛଡ଼ା ଯିବ ତାହା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.