ବିରଳ ଧଳା ପେଚା ଉଦ୍ଧାର, ଆଜି ଜଙ୍ଗଲରେ ଛାଡିବ ବନବିଭାଗ

Published By : Prameya-News7 Bureau | March 05, 2021 IST

ନୀଳଗିରି,୦୫/୦୩ :ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ବିରଳ ଧଳା ପେଚା ଉଦ୍ଧାର ହୋଇଛି। ବାଇପାସ ରୋଡ଼ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରୁ ଏହାକୁ ଉଦ୍ଧାର କରାଯାଇଛି ।

ପେଚାଟି ଏକ ଗାଡ଼ିରେ ଧକ୍କା ଖାଇ ଛଟପଟ ହେଉଥିବା ବେଳେ ଉପସ୍ଥିତ ଲୋକମାନେ ତାକୁ ଉଦ୍ଧାର କରିଥିଲେ । ଏହାପରେ ସେମାନେ ପେଚାକୁ ନୀଳଗିରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଚିକିତ୍ସା ପରେ ଶୁକ୍ରବାର ଜଙ୍ଗଲରେ ଛଡା ଯିବ ବୋଲି ନୀଳଗିରି ରେଞ୍ଜର ମନୱର ଖାଁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.