ପୂର୍ବଭାରତରେ ବିରଳ: ସମ ହସ୍ପିଟାଲରେ ଗୋଟିଏ ଦିନରେ ୫ ଜଣ ଏକାଲାସିଆ କାଡିଆ ରୋଗୀଙ୍କ ଅସ୍ତ୍ରୋପ୍ରଚାର

Published By : Prameya-News7 Bureau | October 05, 2018 IST

ଭୁବନେଶ୍ୱର ୫/୧୦: ସମହସ୍ପିଟାଲରେ ବିରଳ ଅସ୍ତ୍ରୋପ୍ରଚାର । ଭାରତରେ ପ୍ରଥମଥର ଗୋଟିଏ ଦିନରେ ୫ ଜଣ ଏକାଲାସିଆ କାଡିଆ ଭଳି ଦୁରାରୋଗ୍ୟ ରୋଗୀଙ୍କ ଅସ୍ତ୍ରୋପ୍ରଚାର ହୋଇଛି । ହସ୍ପିଟାଲ ପକ୍ଷରୁ ମାଗଣାରେ କରାଯାଇଛି ଏହି ଅସ୍ତ୍ରପ୍ରଚାର ।  ପୋଏମ ବା ପ୍ରି ଓରାଲ ଏଣ୍ଡୋସ୍କପିକ ମାଇଟୋନୋମୀ ପଦ୍ଧତ୍ତିରେ ହୋଇଛି ଅସ୍ତ୍ରପ୍ରଚାର । ଯାହା ଦେଶର ସ୍ବାସ୍ଥ୍ୟ ଜନିତ ଅସ୍ତ୍ରପ୍ରଚାର ଇତିହାସରେ ବିରଳ । ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସମ  ହସ୍ପିଟାଲ ସବୁବେଳେ ଆଗରେ ରହିଛି । ଖୁବ କମ ଖର୍ଚ୍ଚରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ହସ୍ପିଟାଲର ନାଁ ରହିଛି । କେବଳ ରାଜ୍ୟରେ ନୁହଁ ଦେଶରେ ମଧ୍ୟ । ଏପରି ସମୟରେ  ଦେଶର ସ୍ବାସ୍ଥ୍ୟ ଜନିତ ଅସ୍ତ୍ରୋପ୍ରଚାର କ୍ଷେତ୍ରରେ ସୃଷ୍ଟି କରିଛି ଏକ ଇତିହାସ । ଏକାଲାସିଆ କାଡିଆ ଭଳି ଏକ ଦୁରାରାଗ୍ୟ ରୋଗର ସଫଳ ଅସ୍ତ୍ରୋପ୍ରଚାର କରି ସମ ହସ୍ପିଟାଲ ଡାକ୍ତରମାନେ ନୂଆ କର୍ତିମାନ ସ୍ଥାପନ କରିଛନ୍ତି । ଏକାଲାସିଆ କାଡିଆ ରୋଗ ଏଭଳି ଏକ ରୋଗ ଯାହା ଖାଦ୍ୟ ନଳୀରେ ହୋଇଥାଏ । ଏହା ଦ୍ବରା ଖାଦ୍ୟ ଖାଇବାରେ ବହୁତ ଅସୁବିଧା ହୁଏ । ଲୋକ ବର୍ଷ ବର୍ଷ ଧରି ଏହି ରୋଗରେ ପୀଡିତ ହୋଇଥାଆନ୍ତି । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହୁଅନ୍ତି । ତେବେ ଏହାର ଉପାଚାର କିଭଳି ହୋଇପାରିବ ସେ ନେଇ ରାଜ୍ୟ କଣ ସମଗ୍ର ପୂର୍ବାଂଚଳ ରାଜ୍ୟଗୁଡିକରେ ମଧ୍ୟ କୌଣସି ବ୍ୟବସ୍ଥା ଥିଲା । ପ୍ରଥମଥର ପାଇଁ ସମ ହସ୍ପିଟାଲରେ ଏହି ବିରଳ ରୋଗର ଅସ୍ତ୍ରୋପ୍ରଚାର କରିଛି । ମୋଟ ୧୩ ଜଣ ଏକାଲାସିଆ କାଡିଆ ରୋଗୀଙ୍କର ଅସ୍ତ୍ରୋପ୍ରଚାର କରାଯାଇଛି । ସବୁଠାରୁ ବଡ କଥା ଗୋଟିଏ ଦିନରେ ୫ ଜଣ ଏକାଲାସିଆ କାଡିଆ ଭଳି ଦୁରାରୋଗ୍ୟ ରୋଗୀଙ୍କ ଅସ୍ତ୍ରୋପ୍ରଚାର କରାଯାଇଛି । ଏକାଲାସିଆ କାଡିଆ ଭଳି ବିରଳ ରୋଗର ଚିକିତ୍ସା ସମ ହସ୍ପିଟାଲରେ ଅତ୍ୟାଧୁନିକ ପଦ୍ଧତିରେ କରାଯାଉଛି । ଡ.ମନୋଜ କୁମାର ସାହୁଙ୍କ ନେତୃତ୍ବରେ ଏହି ଅସ୍ତ୍ରପ୍ରଚାର କରାଯାଉଛି । ଡ.ମନୋଜ ଚୀନର ସାଂଘାଇରେ ଏ ରୋଗର ଚିକିତ୍ସାର ଓ ଅସ୍ତ୍ରପ୍ରଚାର କିଭଳି କରାଯିବ ସେନେଇ ଶିକ୍ଷା ନେଇଛନ୍ତି । ବର୍ତମାନ ସମୟରେ ଦେଶରେ କେବଳ ମୁମ୍ବାଇ ଏବଂ ହାଇଦ୍ରାବଦରେ ଏକାଲାସିଆ କାଡିଆ ରୋଗ ଅସ୍ତ୍ରପ୍ରଚାର ହେଉଛି । ଏଥିପାଇଁ ଖର୍ଚ ହେଉଛି ୨ ରୁ ଚାରି ଲକ୍ଷ । ମାତ୍ର ପ୍ରଥମଥରପାଇଁ ମାଗଣାରେ ସମ ହସ୍ପିଟାଲରେ ଏଭଳି ଏକ ବିରଳ ଅସ୍ତ୍ରପ୍ରଚାର କରାଯାଇଛି। ତେବେ ପରବର୍ତୀ ସମୟରେ ୧୦ ହଜାର ଟଙ୍କାରେ ଏହି ଅସ୍ତ୍ରୋପ୍ରଚାର ହୋଇପାରିବ ବୋଲି  ଡ.ମନୋଜ କୁମାର ସାହୁ କହିଛନ୍ତି । ସେପଟେ ଏହି ରୋଗରେ ପୀଡିତ ଥିବା ରୋଗୀ ଅସ୍ତ୍ରୋପ୍ରଚାର ପରେ ଖୁସି ବ୍ୟକ୍ତ କରିଛନ୍ତି । ଦୀର୍ଘଦିନ ଧରି ପୀଡିତ ହୋଇ ବହୁତ କଷ୍ଟରେ କାଳାତିପାତ କରୁଥିଲେ । ମାତ୍ର ସମ ହସ୍ପିଟାଲ ମାଗଣାରେ ଏକାଲାସିଆ କାଡିଆ ଭଳି ଦୁରାରୋଗ୍ୟ ରୋଗର ଅସ୍ତ୍ରୋପ୍ରଚାର କରି ନୂଆ ଜୀବନ ଦାନ ଦେଇଛି ବୋଲି ସେମାନେ କହିଛନ୍ତି । ସ୍ବାସ୍ଥ୍ୟ ସେବା ହିଁ ଲୋକଙ୍କ ସେବା । ଏହାକୁ ମୂଳମନ୍ତ୍ର କରି ସମ ହସ୍ପିଟାଲ ତାର ସେବା ଯୋଗାଇ ଅସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.