Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ୧୦ ବର୍ଷ ବାଳକର ଫୁସଫୁସରୁ ବାହାର କରାଗଲା ଦୁଇଟି ଚୁମ୍ବକ

27/05/2019 at 7:20 PM

ଭୁବନେଶ୍ୱର, ୨୭/୫: ଏକ ୧୦ ବର୍ଷର ବାଳକର ଫୁସଫୁସରୁ ବାହାରିଲା ଦୁଇଟି ଚୁମ୍ବକ । ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ବାମ ପଟ ଫୁସଫୁସରେ ଅଟକିଥିବା ଚୁମ୍ବକକୁ ବାହାର କଲେ ସମ୍ ହସ୍ପିଟାଲର ଡାକ୍ତର । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର କର୍ଣ୍ଣ, ନାଶା ଓ ଗଳା ଏବଂ ସ୍କଲ୍ ବେସ୍ ସର୍ଜରୀର ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁ ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଂଚଳର ପ୍ରମୋଦ ବେହେରାଙ୍କ ୧୦ ବର୍ଷର ପୁଅ ଅଙ୍କୁଶ ବେହେରା ଇୟର୍ ଫୋନ୍ ସହ ଖେଳୁଥିବା ବେଳେ ସେଥିରେ ଲାଗିଥିବା ଦୁଇଟି ଚୁମ୍ବକକୁ ପାଟିରେ ପୁରାଇ ଗିଳିଦେଇଥିଲା । ଚୁମ୍ବକ ଦୁଇଟି ସିଧାସଳଖ ବାମ ପଟ ଫୁସଫୁସରରେ ଅଟକିଯାଇଥିଲା ଓ ହୃତପିଣ୍ଡର ଅତି ନିକଟବର୍ତୀ ସ୍ଥାନରେ ରହିଥିଲା । ଯାହା ଫଳରେ ବାଳକଟିର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଦେଖାଇବା ସତ୍ୱେ କେହି ଏହାର ଚିକିତ୍ସା କରିବାରେ ସକ୍ଷମ ହୋଇପାରିନଥିଲେ । ଶେଷରେ ସେ ସମ୍ ହସ୍ପିଟାଲରେ ଭର୍ତି ହୋଇଥିଲେ ।

ସମ୍ ହସ୍ପିଟାଲରେ ଇଏନ୍ଟି ଏବଂ ସ୍କଲ୍ ବେସ୍ ସର୍ଜରୀ ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ଅପ୍ଟିକାଲ୍ ଫୋର୍ସେପ୍ ଦ୍ୱାରା ଦୁଇଟି ଚୁମ୍ବକକୁ ଫୁସଫୁସରୁ ବାହାର କରିଥିଲେ । ଏହି ସମୟରେ ବାଳକଟିର ଜୀବନପ୍ରତି ବେଶ ବିପଦ ଥିଲା । ଏହି ପ୍ରକ୍ରିୟା ଏତେ ସହଜ ନଥିଲା । ଅପ୍ଟିକାଲ୍ ଫୋର୍ସେପ୍ ଜରିଆରେ ଶ୍ୱାସପ୍ରଶ୍ୱାସ ଗତି କରୁଥିବା ରାସ୍ତା ଦେଇ ଏହି ଦୁଇଟି ଚୁମ୍ବକକୁ ଫୁସଫୁସରୁ ବାହାର କରାଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମାତ୍ର ୫ ମିନିଟ୍ ୨୦ ସେକେଣ୍ଡ ମଧ୍ୟରେ ଚୁମ୍ବକଟିକୁ ଫୁସଫୁସରୁ କଢ଼ାଯାଇଥିଲା । ୧୦ ମିନିଟ୍ ସମୟ ମଧ୍ୟରେ କଢ଼ାଯାଇନଥିଲେ ବାଳକଟିର ଜୀବନ ପ୍ରତି ବିପଦ ଥିଲା । ଏହି ପ୍ରକ୍ରିୟାରେ ନିଶ୍ୱାସ ନେଉଥିବା ରାସ୍ତାରେ ହିଁ ସର୍ଜରୀ କରାଯାଇଥାଏ । ଯାହା ଦୁଇ ସର୍ଜନ ଏବଂ ନିଶ୍ଚେତକ ଡାକ୍ତରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ଏହି ସର୍ଜରୀ ନିଶ୍ଚେତକ ଡାକ୍ତର ସ୍ୱସ୍ତିକା ସ୍ୱାରୋ ପିଲାଟିକୁ ଏବଂ ଡାକ୍ତର ନିସ୍ତା ଆନନ୍ଦ ଡାକ୍ତର ସାହୁଙ୍କୁ ସହଯୋଗ କରିଥିଲେ ।

ତେବେ ଡାକ୍ତର ସାହୁ ସଫଳତାର ସହ ଅସ୍ତ୍ରୋପଚାର କରି ବାଳକଟିର ଜୀବନ ବଂଚାଇପାରିଛନ୍ତି । ବାଳକଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

   Related Posts