Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ସମ୍ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଲୋଜି ବିଭାଗର ବିରଳ ଅସ୍ତ୍ରୋପଚାର

6/11/2019 at 5:06 PM

ଭୁବନେଶ୍ୱର, ୬/୧୧ : ଶିକ୍ଷା ଓ ଅନୁସନ୍ଧାନ (ଡ୍ରିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଆଉ ଏକ ବଡ଼ ସଫଳତା । ଜଟିଳ ଅସ୍ତ୍ରୋପଚାର ଜରିଆରେ ୧୮ବର୍ଷୀୟ ଯୁବକଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କଲେ ଡାକ୍ତର । ସମ୍ ହସ୍ପିଟାଲର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡକ୍ଟର ପ୍ରେମାନନ୍ଦ ପଟ୍ଟନାୟକ ସଫଳ ଅସ୍ତ୍ରୋପଚାର ଜରିଆରେ ଛତିଶଗଡ଼ର ଯୁବକଙ୍କୁ ରୋଗମୁକ୍ତ କରିଛନ୍ତି ।

ଛତିଶଗଡ଼ର ୧୮ ବର୍ଷୀୟ ଗରୀବ ପରିବାରର ଯୁବକ ଦୁଇ ବର୍ଷ ତଳେ ଭୁଲବଶତଃ ସାବୁନ୍ ତିଆରି ପାଇଁ ବ୍ୟବହୃତ କେମିକାଲ୍ ସଲ୍ୟୁସନକୁ ପିଇ ଦେଇଥିଲେ । ଏହା ଫଳରେ ତାଙ୍କର ଖାଦ୍ୟ ନଳୀ ଗୁରୁତର ଭାବେ ନଷ୍ଟ ହୋଇଯାଇଥିଲା । ସେ କୌଣସି ପ୍ରକାର ଖାଦ୍ୟ ଏପରିକି ଛେପ ଢ଼ୋକିବାରେ ମଧ୍ୟ ସମର୍ଥ ହୋଇପାରୁ ନ ଥିଲେ । କେବଳ ଫୁଡପାଇପ୍ ଜରିଆରେ ତରଳ ପଦାର୍ଥ ଶରୀରକୁ ନେଉଥିଲେ ।

ଖାଦ୍ୟ ଗ୍ରହଣ କରିବାରେ ଅସମର୍ଥ ଏହି ଯୁବକ ଧୀରେ ଧୀରେ ସମ୍ପୂର୍ଣ୍ଣ ଦୁର୍ବଳ ହେବାକୁ ଲାଗିଥିଲେ । ଶେଷରେ ସେ ଗତ ମାସ ସମ୍ ହସ୍ପିଟାଲରେ ଭର୍ତି ହୋଇଥିଲେ । ପରୀକ୍ଷା ନିରୀକ୍ଷା ପରେ ଡକ୍ଟର ପଟ୍ଟନାୟକ ତାଙ୍କର ଅପରେସନ୍ ପାଇଁ ନିଷ୍ପତି ନେଇଥିଲେ । କୋଲନ୍ ପୁଲଅପ୍ ସର୍ଜରୀ ମାଧ୍ୟମରେ ଲାର୍ଜ ଇଂଟେଷ୍ଟାଇନ୍ ର କିଛି ଅଂଶକୁ ନେଇ ଉପର ଅଂଶରେ ଯୋଡି ଖାଦ୍ୟନଳୀ ତିଆରି କରିଥିଲେ । ଆଠ ଘଂଟା ଧରି ଚାଲିଥିବା ଏହି ଅପରେସନ୍ କଷ୍ଟସାଧ୍ୟ ଥିଲା ।

ଅସ୍ତ୍ରୋପଚାର ପରେ ବର୍ତମାନ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଖାଦ୍ୟ ଗ୍ରହଣ କରିବାରେ ସମର୍ଥ ହୋଇପାରିଛନ୍ତି । ଏହି ଅପରେସନରେ ଡକ୍ଟର ପଟ୍ଟନାୟକଙ୍କ ସମେତ ଡକ୍ଟର ସୁମିତ ମହାନ୍ତି, ଡକ୍ଟର ସତ୍ୟପ୍ରକାଶ ରାୟଚୌଧୁରୀ ଏବଂ ନିଶ୍ଚେତକ ଡକ୍ଟର ଶାଶ୍ୱତ ପଟ୍ଟନାୟକ ସହଯୋଗ କରିଥିଲେ । ସୁସ୍ଥ ହେବା ପରେ ସେ ଏକ ନୂଆ ଜୀବନ ପାଇଲେ ବୋଲି ସମ୍ପୃକ୍ତ ଯୁବକ କହିଛନ୍ତି ।

   Related Posts