Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସମ୍ ହସ୍ପିଟାଲରେ ଫୁସଫୁସ କ୍ୟାନସର ରୋଗୀଙ୍କର ବିରଳ ଅସ୍ତ୍ରୋପଚାର

12/03/2019 at 4:14 PM

ଭୁବନେଶ୍ୱର ୧୨/୩: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ର ସର୍ଜନ୍ମାନେ ସଫଳତାର ସହ ଜଣେ ୩୯ ବର୍ଷୀୟା ମହିଳାଙ୍କର ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି । ମହିଳା ଜଣକ ତାଙ୍କର ବାମ ପାଶ୍ୱର୍ ଫୁସ୍ଫୁସ୍ରେ କାର୍ସିନଏଡ୍ ଟ୍ୟୁମର୍ ରୋଗରେ ଆକ୍ରାନ୍ତ ଥିଲେ ।


ସମ୍ପୃକ୍ତ ମହିଳାଙ୍କ ଶରୀରରେ ଏହି ରୋଗ ଚିହ୍ନଟ ହେବା ପରେ ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ସେ ଅନେକ ଚିକିତ୍ସା କେନ୍ଦ୍ରକୁ ଯାଇଥିଲେ ମଧ୍ୟ ଶେଷରେ ସମ୍ ହସ୍ପିଟାଲ୍ରେ ତାଙ୍କର ସଫଳ ଚିକିତ୍ସା ହୋଇପାରିଥିଲା । ମହିଳାଙ୍କର ବାମପାଶ୍ୱର୍ ଫୁସ୍ଫୁସ୍ର ଅର୍ଦ୍ଧାଧିକ ଭାଗକୁ ଲୋୱର୍ ଗ୍ରେଡ୍ ଟ୍ୟୁମର ବ୍ୟାପୀ ଥିଲା । ଏଥିପାଇଁ ସଫଳ ଅସ୍ତ୍ରୋପଚାରର ଆବଶ୍ୟକତା ଥିଲା । ସର୍ଜନ୍ମାନେ ତାଙ୍କ ଶରୀରରେ ନ୍ୟୁମୋନେକ୍ଟୋମୀ କରିବା ପାଇଁ ନିଷ୍ପତି ନେଇଥିଲେ । ଏହାଦ୍ୱାରା ତାଙ୍କର ସମ୍ପୂର୍ଣ୍ଣ ବାମପାଶ୍ୱର୍ର ଫୁସ୍ଫୁସ୍କୁ ସଫଳତାର ସହ କାଢି ବାହାର କରାଯାଇଥିଲା ।


ସମ୍ ହସ୍ପିଟାଲ୍ର ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ଡ. ସୁନୀଲ୍ ଅଗ୍ରୱାଲ୍ ଏହି ଅପରେସନ୍ରେ ସାମିଲ୍ ଥିବା ଟିମର ନେତୃତ୍ୱ ନେଇଥିଲେ । ଅସ୍ତ୍ରୋପଚାର ପରେ ରୋଗୀଜଣକ ସୁସ୍ଥ ଅଛନ୍ତି ଏବଂ ଏଭଳି ବିରଳ ଓ ଜଟିଳ ଅସ୍ତ୍ରୋପଚାରରେ ସମ୍ ହସ୍ପିଟାଲ୍ରେ ସଫଳତାର ସହ କରାଯାଉଛି । ତେଣୁ ଓଡ଼ିଶାର କ୍ୟାନ୍ସର ରୋଗୀମାନେ ସମ୍ ହସ୍ପିଟାଲରେ ଚିକିତ୍ସାର ସୁବିଧା ଉଠାନ୍ତୁ ବୋଲି ଡ. ଅଗ୍ରୱାଲ୍ କହିଛନ୍ତି ।


ଏହି ଅସ୍ତ୍ରୋପଚାର ଟିମ୍ରେ ଡ. ଅମିତାଭ ଜେନା, ଡ. ପ୍ରଦ୍ୟୁମ୍ନ ସାହୁ, ଡ. ସୋ÷ରଭ ମିଶ୍ର, ଆନାସ୍ଥେସିଓଲୋଜିଷ୍ଟ ଡ. ଶ୍ରୀହର୍ଷ ଶତପଥୀ ଏବଂ ଡ. ସୁଦୀପ୍ ସାମିଲ୍ ଥିଲେ । ଡ. ରାଜେଶ ଲେଙ୍କା, ଡ. ଏସ୍.ଏନ୍ ମହାନ୍ତି ଓ ଶ୍ରୀ ଦେବୀ ମହାନ୍ତି ଆବଶ୍ୟକୀୟ ସହଯୋଗ ଯୋଗାଇଥିଲେ ।

   Related Posts