Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : ଶିକାରୀ ଆଡ୍ଡାରେ ବନବିଭାଗର ଅତର୍କିତ ଚଢାଉ, ୪ ଗିରଫ
  • ||
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||

ଗୋପାଳପୁର ସମୁଦ୍ର ଉପକୂଳରେ ବିରଳ ଜେଲିଫିସ୍ ନେଟ୍ରୋଷ୍ଟୋମା: ବିଶେଷଜ୍ଞ ଖୁସ୍

28/05/2020 at 4:13 PM

ବ୍ରହ୍ମପୁର୨୮/୫: ଓଡିଶାରେ ପ୍ରଥମ ଥର ପାଇଁ ଦେଖାଗଲା ବିରଳ ଜୀବ। ଗୋପାଳପୁର ସମୁଦ୍ର ଉପକୂଳରେ ବିରଳ ଜୀବ ନେଟ୍ରୋଷ୍ଟୋମା ଜେଲି ଫିସ୍। ଆରବସାଗରରେ ଦେଖାଯାଉଥିବା ଏହି ଜୀବ ଏବେ ବଙ୍ଗୋପସାଗରରେ ଦେଖା ଯାଇଛନ୍ତି। ଓଡିଶାରେ ନୂଆ ଅତିଥି। ଏହି ବିରଳ ଜୀବକୁ ଦେଖି ବିଶେଷଜ୍ଞମାନେ ଖୁସି ହୋଇଛନ୍ତି। ହେଲେ କେମିତି କାହିଁକି ଆସିଲେ ବିଶେଷଜ୍ଞ ରଖିଛନ୍ତି ଭିନ୍ନ ପ୍ରତିକ୍ରିୟା। ପ୍ରଥମ ଥର ପାଇଁ ଓଡିଶା ଉପକୂଳରେ ଏହିଭଳି ବିରଳ ଜୀବ ଦେଖା ଯାଇଛି।

ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ର ଉପକୂଳ ଏବଂ ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତିର ଜୀବ ଦେଖିବାକୁ ମିଳିଛି। ବିଶେଷ କରି ଆରବସାଗରରେ ଦେଖାଯାଉଥିବା ଏହି ବିରଳ ଜୀବ ଏବେ ଓଡିଶା ଉପକୂଳରେ ଦେଖାଯାଇଛି। ଏହି ଜୀବନ ନାଁ ହେଉଛି ନେଟ୍ରୋଷ୍ଟୋମା ଜେଲି ଫିସ୍। ମୁଣ୍ଡ ଉପରେ ଛୋଟ ଛୋଟ କେତେକ ଟ୍ୟୁମର୍ ଭଳି ଗୋଲ୍ ରହିଛି। ଏମାନେ ଛୋଟଛୋଟ ମାଛ, ଗୁଳ୍ମକୁ ଖାଇଥାନ୍ତି। କାହିଁକି ଏମାନେ ଏବେ ଓଡିଶା ଉପକୂଳକୁ ଆସିଲେ ତାହା ଏବେ ଗବେଷଣା କରିବା ଆବଶ୍ୟକ ରହିଛି।

ହେଲେ ବିଶେଷଜ୍ଞ ରଖିଛନ୍ତି ଭିନ୍ନ ପ୍ରତିକ୍ରିୟା। ଗ୍ଳୋବାଲ୍ ୱାର୍ମିଂ କାରଣରୁ ଆରବ ସାଗରରୁ ଆସିଥିବା କୁହାଯାଉଛି। କରୋନା ଯୋଗୁଁ ସମୁଦ୍ରରେ ଏବେ ଡଙ୍ଗା ଚାଳନା ଓ ମାଛ ଧରା ବନ୍ଦ ଥିବା ଯୋଗୁଁ ଏମାନଙ୍କ ଆଗମନ ଘଟିଥାଇପାରେ ବୋଲି ଆଉ ଏକ କାରଣ ଦର୍ଶାଇଛନ୍ତି ବିଶେଷଜ୍ଞ। ପରିବେଶ ପରିବର୍ତ୍ତନ ମଧ୍ୟ ଆଉ ଏକ କାରଣ ହୋଇଥାଇପାରେ। ହେଲେ ଏମାନଙ୍କ ଓଡିଶା ଆଗମନ ପରିବେଶ ଉପରେ କେତେ ପ୍ରଭାବ ପକାଇବ ତାହା ଜଣାନାହିଁ। କିନ୍ତୁ ଅଧିକ ମାତ୍ରାରେ ଏମାନଙ୍କ ପ୍ରଭାବ ବିସ୍ତାର ହେଲେ ବିଶେଷ କରି ମାଛ ଉପରେ ଏହାର କୁ ପ୍ରଭାବ ପଡିପାରେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ତେବେ ଏହାର ଗବେଷଣା ଆବଶ୍ୟକ ବୋଲି ମତ ରଖିଛନ୍ତି ବିଶେଷଜ୍ଞ।

 ଓଡିଶା ଉପକୂଳରେ ପ୍ରଥମ ଥର ପାଇଁ ଭିନ୍ନ ପ୍ରଜାତିର ଜୀବ ଦେଖିବାକୁ ମିଳିଛି। ସମୁଦ୍ରରେ ଭିନ୍ନ ଭିନ୍ନ ଜୀବ ଦେଖିବାକୁ ମିଳୁଛି। କିନ୍ତୁ ଏଭଳି ଜୀବ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବା ନିଶ୍ଚିତ ଭାବେ ଉତ୍ସାହ ସୃଷ୍ଟି କରିଛି। ଏହା ଏକ ଜେଲି ଫିସ୍ ବୋଲି ଜଣାପଡିଛି। ଯଦିଚ ଆରବ ସାଗରରେ ଦେଖାଯାଇଥାଏ, ତଥାପି ବଙ୍ଗୋପସାଗରରେ ଓଡିଶା ଉପକୂଳରେ ଦେଖାଯାଇଥିବାରୁ ଏହାର ଗବେଷଣା କରିବା ଆବଶ୍ୟକତା ରହିଛି ବୋଲି ବ୍ରହ୍ମପୁର ଡି.ଏଫ୍.ଓ ଅମ୍ଳାନ ନାଏକ କହିଛନ୍ତି।

   Related Posts