ମାଛ ମାରିବାକୁ ନଦୀରେ ନିୟମିତ ବିଷ ମିଶାଉଛନ୍ତି ଦୁର୍ବୁତ୍ତ: ବିପଦରେ ବିରଳ ଗାଙ୍ଗେଟିକ୍ ଡଲଫିନ୍

Published By : Prameya-News7 Bureau | December 01, 2020 IST

କେନ୍ଦ୍ରାପଡା ୦୧/୧୨ : ମାଛ ମାରିବାକୁ  କିଛି ଦୁର୍ବୃତ୍ତ ନଦୀପାଣିରେ ବିଷ ମିଶାଇବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରପଡ଼ାରେ।  ଗୋବରି ନଦୀ ପାଣିରେ କିଛି ଦୁର୍ବୃତ୍ତ ବିଷ ମିଶାଇଥିବାରୁ ଏବେ ବିରଳ ଗାଙ୍ଗେଟିକ୍‌ ଡଲଫିନ୍‌ ମରୁଥିବାର ଦେଖିବାକୁ ମିଳିଥିଲା। ତେବେ ଆଖପାଖ ଅଂଚଳ ହଜାର ହଜାର ଲୋକ ଯେତେବେଳେ ଏହି ନଦୀ ଜଳ ଉପରେ ନିର୍ଭର କରୁଛନ୍ତି ସେତେବେଳେ ଏହାର ବିଷ ପାଣିକୁ ନେଇ ବିପଦ ସୃଷ୍ଟି ହୋଇଛି।

{"id":370942,"sizeSlug":"large"}

ବିଷ ବଳୟରେ କେନ୍ଦ୍ରାପଡ଼ାର ଗୋବରୀ ନଦୀ। ବିପଦରେ ବିରଳ ଗାଙ୍ଗେଟିକ୍‌ ଡଲଫିନ୍‌। ବିଷ ପାଣିକୁ ନେଇ ଚିନ୍ତାରେ ହଜାର ହଜାର ଲୋକ। ମାଛ ମାରିବାକୁ ନଦୀରେ ନିୟମିତ ବିଷ ମିଶାଉଛନ୍ତି ଦୁର୍ବୃତ୍ତ। ଫଳରେ ଗୋବରୀ ନଦୀର ପାଣି ବିଷାକ୍ତ ହୋଇପଡ଼ିଛି। ଆଉ ଏହି ବିଷାକ୍ତ ପାଣିରେ କେବଳ ମାଛ ମରୁଛନ୍ତି ତା ନୁହେଁ ଏହି ନଦୀରେ ଦେଖାଯାଉଥିବା ବିରଳ ଗାଙ୍ଗେଟିକ୍‌ ଡଲଫିନ୍‌ ମଧ୍ୟ ମରି ଭାସୁଛନ୍ତି। ନଦୀ ପାଣିରେ ବିଷ ମିଶାଇବା ଭଳି ସାଂଘାତିକ ଘଟଣା ଯେତେବେଳେ ସାମ୍ନାକୁ ଆସିଛି ସେତେବେଳେ ଏହି ନଦୀ ଉପରେ ନିର୍ଭର କରୁଥିବା ଆଖପାଖ ଅଂଚଳର ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।

{"id":370944,"sizeSlug":"large"}

କେନ୍ଦ୍ରାପଡ଼ା ସଦରଥାନା ନରଣପୁର, ମଧୁରକୂଳ, କଇଁଚୂଳ, ଭେଡିସାହି, ନିଗିନିପୁର, ଲୋକନାଥପୁର, ଗଙ୍ଗାରାମପୁର ଆଦି ଗାଁର ହଜାର ହଜାର ଲୋକ ଦୈନନ୍ଦିନ ଗୋବରୀ ନଦୀ ପାଣିକୁ ବ୍ୟବହାର କରିଥାନ୍ତି। ଚାଷ କାର୍ଯ୍ୟ ସହ ଗାଈଗୋରୁ ମଧ୍ୟ ଏହି ନଦୀର ପାଣି ବ୍ୟବହାର ହୁଏ। ତେଣୁ ଏହି ନଦୀ ପାଣିରେ ବିଷ ମିଶିଥିବା ଜାଣିବା ପରେ ଏବେ ଏସବୁ ଅଂଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସେପଟେ ଜଳଚର ପ୍ରାଣୀମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତାରେ ପରିବେଶବିତ୍‌।

{"id":370943,"sizeSlug":"large"}

ଆଜିକାଲି ନିଜ ସ୍ବାର୍ଥ ପାଇଁ କିଛି ଲୋକ ନୃଶଂସ ହୋଇଡ଼ୁଛନ୍ତି। ଏମିତିକି ଅନ୍ୟମାନଙ୍କ ଜୀବନ ବିପଦରେ ପକାଇବାକୁ ମଧ୍ୟ ପଛାଉନାହାନ୍ତି।  କୁହାଯାଉଛି ମଧୁର ଜଳରେ ଚୁଙ୍ଗୁଡ଼ି ମାରିବାକୁ ନଦୀ ପାଣିରେ ଏଭଳି ବିଷ ପ୍ରୟୋଗ କରାଯାଉଛି। ଏହି ଘଟଣାକୁ ନେଇ କିଛି ମତ୍ସ୍ୟଜୀବୀ କେନ୍ଦ୍ରାପଡ଼ା ସଦର ଥାନରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିମ୍ବା ପ୍ରଶାସନ ନିଦାବଷ୍ଣୁ ସାଜିଛି।  ତେବେ ସମସ୍ତଙ୍କ ସହଯୋଗରେ ଘଟଣାର ପ୍ରତିକାର ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ।

{"id":370945,"sizeSlug":"large"}

କେନ୍ଦ୍ରାପଡ଼ା ଗୋବରୀ ନଦୀ ପାଣି ବିଷ ମିଶାଯାଉଥିବା ଘଟଣାରେ ତୁରନ୍ତ ପୋଲିସ ତଦନ୍ତ କରି ଦୁର୍ବୃତ୍ତଙ୍କୁ ଧରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ଜରୁରି ହୋଇପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.