ବିରଳ ଉଡନ୍ତା ଗୁଣ୍ଡୁଚି, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ

Published By : Prameya-News7 Bureau | August 17, 2020 IST

ଡେରାଡୁନ୍ , ୧୭|୦୮:  ଉଡନ୍ତା ଗୁଣ୍ଡୁଚି । କେବେ ଏପରି ପ୍ରାଣୀ ବିଷୟରେ ଶୁଣିଛନ୍ତି କି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏପରି ଏକ ବିରଳ ପ୍ରଜାତିର ଜୀବକୁ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ଠାବ କରାଯାଇଛି ।

ସୋମବାର ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଗବେଷକମାନେ ଏହି ବିରଳ ଜୀବକୁ ଠାବ କରିଛନ୍ତି ।ଏହି ଜୀବ ହେଉଛି ଉଲ୍ଲୀ ଉଡନ୍ତା ଗୁଣ୍ଡୁଚି । ଏହାକୁ ୭୦ ବର୍ଷ ପୂର୍ବେ ଆଇୟୁସିଏନ ବିରଳ ପ୍ରଜାତିରେ ଅନ୍ତର୍ଭୁକ୍ତ କରିଛି ।

ଏହି ଜୀବକୁ ରାଜ୍ୟର ଆହୁରି ୧୩ରୁ ୧୮ଟି ଜଙ୍ଗଲରେ ଠାବ କରାଯାଇଛି ।

ଓ୍ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କହିବାନୁସାରେ, ଏହି ବିରଳ ଗୁଣ୍ଡୁଚି ଭାଗିରଥ ଭ୍ୟାଲ୍ଲୀରେ ଦେଖାଯାଆନ୍ତି । କିଛି ବିରଳ ଫଟୋ ମଧ୍ୟ ରହିଛି । ଏହି ଜୀବ ଡେଣାକୁ ପାରାଚ୍ୟୁଟ୍ ଭଳି ବ୍ୟବହାର କରି ଉଡିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.