ଜାଲରେ ପଡ଼ିଲା ବିରଳ ତେଲିଆ ମାଛ, ୧ କୋଟିରୁ ଅଧିକ ଟଙ୍କାରେ ବିକ୍ରି କଲେ ମତ୍ସଜୀବୀ

Published By : Prameya-News7 Bureau | July 04, 2021 IST

ଭୋଗରାଇ ୦୪।୦୭: ତେଲିଆ ମାଛର ହାଇ ଡିମାଣ୍ଡ। ଅନୁମାନ କରନ୍ତୁତ ଏହି ମାଛର ଦାମ କେତେ ହୋଇଥିବ। ଯଦି ଅନୁମାନ କରିପାରୁ ନାହାନ୍ତି ତେବେ ଭୋଗରାଇଙ୍କ ମତ୍ସ୍ୟଜୀବୀ ଧରିଥିବା ମାଛର ଦରରୁ ଜାଣିପାରିବେ।

{"id":475191,"sizeSlug":"large","linkDestination":"none"}

ଭୋଗରାଇ - ଦିଘା ସମୁଦ୍ର ମୁହାଁଣରେ ବିରଳ ତେଲିଆ ମାଛ ଜାଲରେ ପଡ଼ିଥିଲା। ଏହି ମାଛ ମତ୍ସଜୀବୀଙ୍କୁ କୋଟି ପତି କରିଦେଇଛି। ଦୁଇଟି ଟ୍ରଲରରେ ଦୁଇ ଦଳ ମତ୍ସଜୀବୀ ୧୬୧ଟି ତେଲପିଆ ଭେକ୍ଟି ମାଛ ଧରି ଆଣିଥିଲେ। ଗୋଟିଏ ଟ୍ରଲରରେ ୧୨୭ଟି ଏବଂ ଅନ୍ୟଟିରେ ୩୪ଟି ମାଛ ଧରା ପଡ଼ିଥିଲେ।

{"id":475192,"sizeSlug":"large","linkDestination":"none"}

କୋଲକାତାର ଏକ ମେରିନ କମ୍ପାନି ଏହି ତେଲିଆ ମାଛଙ୍କୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିବା ସହିତ ଏସବୁକୁ କିଲୋ ପ୍ରତି ୧୨ ହଜାର ଟଙ୍କାରେ କିଣିଥିଲା। ଯାହାକି ମତ୍ସଜୀବୀଙ୍କୁ ପ୍ରାୟ ୧ କୋଟି ୧୨ ଲକ୍ଷ ଟଙ୍କାର ଫାଇଦା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.