ପାରାଦୀପ ୨୧।୧: ପାରାଦୀପ ଅଠରବାଙ୍କୀ ସ୍ଥିତ ବାଲିପ୍ଲଟରେ ଏକ ବିରଳ ପ୍ରଜାତିର କାଉ ମାଛ ଧରାପଡିଛି । ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛଟି ଧରା ପଡିଥିଲା ।
ଏହି ମାଛକୁ ନିଲାମ କରାଯାଇଛି । ଏହି ମାଛର ଓଜନ ପ୍ରାୟ ଦୁଇ କ୍ବିଣ୍ଟାଲ ହେବ । ଏହାକୁ ଦେଖିବାକୁ ସାଧାରଣ ଲୋକଙ୍କ ଭିଡ ପରିଲକ୍ଷିତ ହେଉଥିଲା । ଏହାକୁ ଜଣେ ମାଛ ବ୍ୟବସାୟୀ କେଜି ପ୍ରତି ଶହେ ଟଙ୍କା ଲେଖାଏଁ କୋଡିଏ ହଜାର ଟଙ୍କାରେ କ୍ରୟ କରି କେରଳ ପଠାଇଛନ୍ତି ।
ତେବେ ଏହି ମାଛ ର ଚାହିଦା ଓଡିଶା ବଜାରରେ ନଥିବାବେଳେ ଅନ୍ୟ ରାଜ୍ୟର ଲୋକେ ଏହି ମାଛ କୁ ଖାଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି ।