Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ଏମିତି ଏକ ଅଜବ ଜୀବ ଯିଏ କିଛି ନ ଖାଇ ମଧ୍ୟ ବଞ୍ଚିପାରେ ଅନେକ ବର୍ଷ : ସାଥି ଖୋଜିବା ପାଇଁ ୧୨ ବର୍ଷ ପରେ ନିଜ ଜାଗାରୁ ଘୁଞ୍ଚେ

4/06/2020 at 1:18 PM

ବୋସନିଆ ୦୪/୦୬ : ଦୁନିଆରେ ପ୍ରତ୍ୟେକ ଜୀବ ପାଖରେ କିଛି ନା କିଛି ବିଶେଷତ୍ୱ ଥାଏ | ଏମିତି କିଛି ଜୀବ ଅଛନ୍ତି ଯେଉଁମାନେ ବିନା ପାଣିରେ ରହିପାରନ୍ତି | ଆଉ କିଛି ଜୀବ ଅଛନ୍ତି ଯେଉଁମାନେ ଖାଦ୍ୟ ବିନା ମଧ୍ୟ ବଞ୍ଚିପାରନ୍ତି | ଆଜି ଏମିତି ଏକ ଦୁର୍ଲଭ ଜୀବ ବିଷୟରେ ଜାଣନ୍ତୁ ଯିଏ କିଛି ନ ଖାଇ ମଧ୍ୟ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ | ସୈଲାମେଣ୍ଡର ନାମକ ଏହି ଜୀବ ପୂର୍ବ ୟୁରୋପୀୟ ଦେଶ ବୋସନିଆ ଏବଂ ହେର୍ଜେଗୋଭିନାରେ ପାଣି ଭିତରେ ଥିବା ଗୁମ୍ଫାରୁ ଉଦ୍ଧାର ହୋଇଛି |

ପାଖାପାଖି ୭ ବର୍ଷରୁ ଅଧିକ ହେଲାଣି ସୈଲାମେଣ୍ଡର ନିଜ ଜାଗାରୁ କୁଆଡେ ଯାଇନାହିଁ | ବୈଜ୍ଞାନିକଙ୍କ ଅନୁସାରେ, ଏହାର ତ୍ୱଚା ଓ ଅବିକଶିତ ଆଖି ଏମାନଙ୍କୁ ଅନ୍ଧ କରିଦେଇଥାଏ | ବୋଧହୁଏ ସେଥିପାଇଁ ଏହି ଜୀବ ନିଜ ଜାଗାରୁ ହଲିନଥାଏ | ତେବେ କୌଣସି ଜୀବ ନିଜ ସ୍ଥାନରୁ ନହଲିବା ଅସାଧାରଣ କଥା ନୁହେଁ |

ସୈଲାମେଣ୍ଡର ନିଜର ପୁରା ଜୀବନ ପାଣି ଭିତରେ ହିଁ ବିତାଇଥାଏ | ଏହାର ବୟସ ପାଖାପାଖି ୧୦୦ ବର୍ଷ ହୋଇଥାଏ | ସୈଲାମେଣ୍ଡର ସ୍ଲେବେନିୟାରୁ କ୍ରିଏସିଆ ଭଳି ବାଲକନ ଦେଶରେ ମଧ୍ୟ ରହିଛି | ସୈଲାମେଣ୍ଡର ନିଜ ଜାଗାରେ ପାଖାପାଖି ୧୨ ବର୍ଷ ରହିଥାଏ | ୧୨ ବର୍ଷ ପରେ ସେ ନିଜ ଜାଗାରୁ ଘୁଞ୍ଚିଥାଏ ଯେତେବେଳେ ତାକୁ ସାଥିଟିଏ ଆବଶ୍ୟକ ହୋଇଥାଏ |

ହଙ୍ଗେରୀୟାନ ନେଚଉରାଳ ହିଷ୍ଟ୍ରୀ ମ୍ୟୁଜିୟମର ଜ୍ୟୁଡିଟ ବୋରାସଙ୍କ କହିବାନୁଯାୟୀ, ଏହା ପୂର୍ବରୁ ଏହିଭଳି ଜୀବଙ୍କ କଳ୍ପନା କରାଯାଇଥିଲା | ଏଠାରେ ଭୀଷଣ ବର୍ଷା ଯୋଗୁଁ ଏହି ଜୀବ ପାଣିରେ ଭାସି ଭାସି ଗୁମ୍ଫାରୁ ବାହାରକୁ ଆସିବା ପରେ ହିଁ ତାକୁ ବୈଜ୍ଞାନିକ ଦେଖି ପାରିଛନ୍ତି | ନଚେତ ତାଙ୍କୁ ଦେଖିବା ପାଇଁ ବୈଜ୍ଞାନିକଙ୍କୁ ଗୋତାଖେରୀ କର ଗୁମ୍ଫାକୁ ଯିବାକୁ ପଡିଥାଏ | କିନ୍ତୁ ବର୍ତ୍ତମାନ ଗୁମ୍ଫା ପାଣିକୁ ଦେଖି ବୈଜ୍ଞାନିକ କହିପାରୁଛନ୍ତି ଯେ ସୈଲାମେଣ୍ଡର ସେଠାରେ ଅଛି ନା ନାହିଁ |

ସୈଲାମେଣ୍ଡର ଯେଉଁ ଗୁମ୍ଫାରେ ରୁହେ ସେଠାରେ ଭୋଜନ ମିଳିବ ସହଜ ନୁହେଁ | ସେଥିପାଇଁ ସେ ନ ଖାଇ ମଧ୍ୟ ବର୍ଷ ବର୍ଷ ଧରି ଜୀବନ୍ତ ରହିପାରେ | ସୈଲାମେଣ୍ଡର ଯେବେ ମଧ୍ୟ ସକ୍ଷମ ହୋଇଥାନ୍ତି ଛୋଟ ଛୋଟ କୀଟପତଙ୍ଗ, ମାଛ ଖାଇଥାନ୍ତି |

   Related Posts