ହୋଲିରେ ଶନି ଓ ବୃହସ୍ପତିଙ୍କ ଦୁର୍ଲଭ ସଂଯୋଗ, ରାଶିମାନଙ୍କ ଉପରେ ରହିବ ଏପରି ପ୍ରଭାବ

Published By : Prameya-News7 Bureau | March 08, 2020 IST

ଚଳିତବର୍ଷ ହୋଲିରେ ମହାକାଶୀୟ ଗ୍ରହଙ୍କ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏଥିରେ ନ୍ୟାୟ ଦେବତା ଶନି ଓ ସମ୍ପତ୍ତିର କାରକ ଗ୍ରହ ବୃହସ୍ପତି ନିଜ ନିଜ ରାଶିରେ ଅବସ୍ଥାନ କରୁଛନ୍ତି। ଦେବଗୁରୁ ସ୍ୱରାଶି ଧନୁରେ ଅବସ୍ଥାନ କରୁଥିବା ବେଳେ ଶନି ମକର ରାଶିରେ ରହିବେ।

ହୋଲି ଅବସରରେ ହେଉଥିବା ଏହି ଦୁର୍ଲଭ ସଂଯୋଗ ଆଗାମୀ ବର୍ଷ ହୋଲି ପର୍ଯ୍ୟନ୍ତ ସବୁ ରାଶିଙ୍କ ଉପରେ ରହିବ। ତେବେ ଆସନ୍ତୁ ଜାଣିବା ଗ୍ରହଙ୍କ ଏହି ମହାସଂଯୋଗ ଯୋଗୁ କେଉଁ ରାଶିର ଜାତକଙ୍କ ଉପରେ ପଡିବ କିଭଳି ପ୍ରଭାବ।

ମେଷ:  ଏହି ରାଶି ଜାତକଙ୍କ ଲାଗି ବିବାହ ସଂଯୋଗ ସୃଷ୍ଟି କରୁଛି ଗ୍ରହଙ୍କ ଅବସ୍ଥିତି। ଖାସ୍ କରି ଯେଉଁମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଏହା ଯୋଗ କାରକ ସାବ୍ୟସ୍ତ ହେବ। ତେବେ ସ୍ୱାସ୍ଥ୍ୟପ୍ରତି ସତର୍କ ରହିବା ଆବଶ୍ୟକ। କ୍ୟାରିୟର ଓ ଧନ ପ୍ରସଙ୍ଗରେ ଗ୍ରହକଙ୍କ ସ୍ଥିତି ଉତ୍ତମ ରହିଛି।

ବୃଷ: ବୁଝିବିଚାରି କାମ କରିବାକୁ ପଡିବ। ଘରେ ଗୁରୁ ଗୁରୁଜନ ଥିଲେ ସେମାନଙ୍କ ସହ ପରାମର୍ଶ କରି ଯାହା ବି କରନ୍ତୁ। ଘରେ କାହାର ସ୍ୱାସ୍ଥ୍ୟବସ୍ଥା ଏହି ସମୟରେ ଖରାପ ରହିପାରେ। ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ। ତେବେ କ୍ୟାରିୟରେ ନିଶ୍ଚିତ ସଫଳତା ମିଳିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।
ମିଥୁନ:  ବାଣିଜ୍ୟ ବ୍ୟବସାୟ କରୁଥିଲେ ସମୟ ଅତ୍ୟନ୍ତ ଉତ୍ତମ। ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ତେବେ କ୍ୟାରିୟରରେ ଉଠାପକା ସ୍ଥିତି ଜାରି ରହିବ। ଅଧିକ ପରିଶ୍ରମ ପଡିପାରେ। ଯଦିଚାକିରୀ ବଦଳାଇବାକୁ ବିଚାର କରୁଛନ୍ତି ବର୍ତ୍ତମାନ ଲାଗି ଟାଳି ଦିଅନ୍ତୁ।

କର୍କଟ: ପୈତୃକ ସମ୍ପତ୍ତି ବିକିବାକୁ ଚାହୁଁଥିଲେ କ୍ଷତିରେ ପଡିପାରନ୍ତି। କରଜ କରନ୍ତୁ ନାହିଁ କି ଦିଅନ୍ତୁ ନାହିଁ। ଯଦି ନୂଆ ଘରପ୍ରବେଶ କରିବାର ଅଛି କିଛି ସମୟ ଲାଗି ଟାଳି ଦିଅନ୍ତୁ। ବ୍ୟାପାର ଓ କ୍ୟାରିୟରରେ କ୍ଷତିର ସମୟ। ଏଣୁ ମୁହଁ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

ସିଂହ:  ପ୍ରପର୍ଟିରେ କରିଥିବା ନିବେଶ ଉପରେ ସଂକଟ ଦେଖାଦେଇପାରେ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। କ୍ୟାରିୟର ଓ ବ୍ୟବସାୟରେ ଉଠାପକା ସମୟ। ଚାକିରୀ କରୁଥିଲେ ବାହାରକୁ ଯିବାର ଯୋଗ ରହିଛି। ଧନ ପ୍ରସଙ୍ଗରେ ସେୟାର ମାର୍କେଟରୁ ଦୂରେଇ ରହିବା ଭଲ।

କନ୍ୟା:  ପ୍ରପର୍ଟିରେ ନିବେଶ କରିବାକୁ ଚାହୁଁଥିଲେ ଲାଭ ହେବ। ପୈତୃକ ସମ୍ପତ୍ତିକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। କୌଣସି କାମରେ ବଡ ସଫଳତା ମିଳିପାରେ। ଧନ ବୃଦ୍ଧିର ସଙ୍କେତ ମିଳୁଛି।

ତୁଳା: ଧନର ରାସ୍ତା ଖୋଲିବ। ବାଣିଜ୍ୟ ବ୍ୟବସାୟରୁ ଲାଭ ହେବ।ଘରେ ସୁଖ ଶାନ୍ତି ରହିବ। ହୋଲି ଠାରୁ ଆପଣଙ୍କ ଭଲ ସମୟ ଆରମ୍ଭ ହେବ। କ୍ୟାରିୟରରେ ପ୍ରମୋସନ ଓ ଉନ୍ନତିର ସୂଚନା ମିଳୁଛି।

ବୃଶ୍ଚିକ: ଧନ ମାମଲାରେ ଭାଗ୍ୟଶାଳୀ ହେବେ। ହେଲେ ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବାକୁ ପଡିବ। ଏବେ ବୃଶ୍ଚିକ ରାଶି ଲାଗି ଶନିଙ୍କ ସାଢେସାତି ଶେଷ ହୋଇଛି। ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବ।

ଧନୁ: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଉପୁଜିପାରେ। ପିତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଉପୁଜିବାର ସୂଚନା ମିଳୁଛି। ଶନିଙ୍କ ସାଢେସାତି ଭୋଗ ହେଉଥିବାରୁ କ୍ୟାରିୟର ସନ୍ତୋଷଜନକ ହେବ ନାହିଁ। ଧନର ଅଭାବ ହେବ ନାହିଁ ହେଲେ ନିବେଶ କରିବା ବେଳେ ବୁଝିବିଚାରି କରନ୍ତୁ।
ମକର:  ଏହି ହୋଲିରୁ ଆଗାମୀ ହୋଲି ପର୍ଯ୍ୟନ୍ତ ସମୟ ପ୍ରପର୍ଟିରେ ନିବେଶ ଲାଗି ଲାଭଦାୟକ ହୋଇପାରେ। ଏହି ସମୟରେ କରାଯାଉଥିବା ନିବେଶ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ବଢିବ। ସେହିପରି କ୍ୟାରିୟର ଓ ବ୍ୟବସାୟରୁ ଲାଭ ମିଳିବାର ସୂଚନା ମିଳୁଛି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଉତ୍ତମ।

କୁମ୍ଭ : ଅପ୍ରେଲରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଜଗି ରଖି ଚଳନ୍ତୁ। ଆୟରେ ପ୍ରଶ୍ନବାଚୀ ଲାଗି ପାରେ। ମହାସଂଯୋଗ ଯୋଗୁ କୁମ୍ଭ ରାଶି ଲାଗି ଅଶୁଭ ସ୍ଥିତି ସୃଷ୍ଟି କରିଛି। କ୍ୟାରିୟର ଓ ବ୍ୟବସାୟରେ ସାମାନ୍ୟ ତ୍ରୁଟି ବି ବଡ ସମସ୍ୟାରେ ପକାଇପାରେ।

ମୀନ: ଏହି ସମୟରେ କରାଯାଉଥିବା ନିବେଶ ଆଗାମୀ ସମୟରେ ଲାଭଦାୟକ ସିଦ୍ଧ ହେବ। ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ। ଆୟ ଉତ୍ତମ ରହିବ। ବ୍ୟବସାୟ କରୁଥିଲେ ଉନ୍ନତିର ସମୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.