ତୁଳା ରାଶି ପାଇଁ ଶୁଭ ଦୀପାବଳି: ରହିଛି ୪ ଗ୍ରହର ଦୁର୍ଲଭ ସଂଯୋଗ

Published By : Prameya-News7 Bureau | October 20, 2021 IST

ଭୁବନେଶ୍ୱର ୨୦/୧୦ : ଦୀପାବଳିକୁ ଆଉ କିଛି ଦିନ ବାକି ରହିଲା। ହିନ୍ଦୁ ପାଞ୍ଜି ଅନୁସାରେ, କାର୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ। ଏଥର ଦୀପାବଳି ନଭେମ୍ବର ୪ ତାରିଖ ଗୁରୁବାର ଦିନ ପାଳନ କରାଯିବ। ଦୀପାବଳିରେ ଭଗବାନ ଗଣେଶ ଓ ମାତା ଲକ୍ଷ୍ମୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଏଥର ଦୀପାବଳି ଦିନ ଗ୍ରହମାନଙ୍କର ଦୁର୍ଲଭ ସଂଯୋଗ ରହିଛି। ଜ୍ୟୋତିଷଙ୍କ ଅନୁଯାୟୀ, ଦୀପାବଳି ଦିନ ୪ ଗ୍ରହ ଗୋଟିଏ ରାଶିରେ ବିରାଜମାନ କରିବେ। ସେଥିପାଇଁ ଏଥର ଦୀପାବଳି ଅତ୍ୟନ୍ତ ଶୁଭ ବୋଲି କୁହାଯାଉଛି। ଭକ୍ତଙ୍କୁ ଭଗବାନ ଗଣେଶ ଓ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ଦୀପାବଳିରେ ୪ ଗ୍ରହର ସଂଯୋଗ ହେଉଛି। ଦୀପାବଳି ଦିନ ତୁଳା ରାଶିରେ ସୂର୍ଯ୍ୟ, ବୁଧ, ମଙ୍ଗଳ ଓ ଚନ୍ଦ୍ରମା ବିରାଜମାନ କରିବେ। ତୁଳା ରାଶିର ଗୁରୁ ଗ୍ରହ ଶୁକ୍ର। ଶୁକ୍ର ଗ୍ରହକୁ ସୁଖ-ସମୃଦ୍ଧିର କାରକ ଗ୍ରହ କୁହାଯାଏ। ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା, ମଙ୍ଗଳକୁ ଗ୍ରହମାନଙ୍କ ସେନାପତି ଓ ବୁଧକୁ ଗ୍ରହମାନଙ୍କ ରାଜକୁମାର କୁହାଯାଏ। ଚନ୍ଦ୍ରମାକୁ ମନର କାରକ ବୋଲି କୁହାଯାଏ।

ଦୀପାବଳି ଶୁଭ ମୁହୂର୍ତ୍ତ - ଅମାବାସ୍ୟା ତିଥି ନଭେମ୍ବର ୪ ତାରିଖ ସକାଳ ୬ଟା ୩ ମିନିଟରୁ ଆରମ୍ଭ ହୋଇ ୫ ତାରିଖ ସକାଳ ୨ଟା ୪୪ ମିନିଟରେ ସମାପ୍ତ ହେବ। ଦୀପାବଳିରେ ଲକ୍ଷ୍ମୀ ପୂଜା ସମୟ ସନ୍ଧ୍ୟା ୬ଟା ୯ ମିନିଟରୁ ରାତି ୮ଟା ୨୦ ମିନିଟ ଯାଏଁ ଅଛି। ଲକ୍ଷ୍ମୀ ପୂଜା ସମୟ ଏକ ଘଣ୍ଟା ୫୫ ମିନିଟ ରହିଛି।

ଧନତେରସ - ଏଥର ଧନତେରସ ନଭେମ୍ବର ୨ ତାରିଖ ମଙ୍ଗଳବାର ଦିନ ପଡୁଛି। ହିନ୍ଦୁ ପାଞ୍ଜି ଅନୁସାରେ ଧନତେରସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ। ଏହାକୁ ଧନ୍ଵନ୍ତରୀ ଜୟନ୍ତୀ ମଧ୍ୟ କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.