ଅନ୍ଧାରରେ ବଦଳାଉଛି ରୂପ, ବଦଳିଯାଉଛି ଆକାର: ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିରଳ ଏଣ୍ଡୁଅକୁ ଦେଖିବାକୁ ଲୋକଙ୍କ ଭିଡ

Published By : Prameya-News7 Bureau | August 17, 2020 IST

ପଟ୍ଟାମୁଣ୍ଡାଇ ୧୭।୮: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଗଙ୍ଗରାମପୁର ଗ୍ରାମ ପଞ୍ଚୟତ ଗୁଣୁପୁରପଟଣା ଗାଁରେ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର ହୋଇଛି ।

{"id":315844,"sizeSlug":"large","className":"is-style-default"}

ଏହି ଏଣ୍ଡୁଅ ଅନ୍ଧାର ହେଲେ ତାର ରୂପ ବଦଳାଉ ଥିବା ଜଣାପଡିଛି । ଏହାସହ ଶରୀରକୁ ଗୋଲାକାର କରିଦେଉଛି ।

{"id":315845,"sizeSlug":"large","className":"is-style-default"}

ଗାଁର ସଂଜୀବ ତରାଇଙ୍କ ବାଡିରେ ଏଣ୍ଡୁଅଟି ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପରେ ସଂଜୀବ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲେ ।

{"id":315846,"sizeSlug":"large","className":"is-style-default"}

ଖବର ପାଇ ରାଜନଗର ବନଖଣ୍ଡ ଅଫିସର କର୍ମଚାରୀ ଆସି ଏଣ୍ଡୁଅକୁ ଉଦ୍ଧାର କରିଥିବା ଜଣାପଡିଛି । ଏହି ବିରଳ ପ୍ରଜାତିର ଏଣ୍ଡୁଅକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.