Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ମସ୍ତିଷ୍କ ନ ଖୋଲି ବାହାର କରାଗଲା ଟ୍ୟୁମର

2/02/2019 at 5:59 PM

ଭୁବନେଶ୍ୱର ୨/୨ : ଏକ ବିରଳ ଅସ୍ତ୍ରୋପଚାର ଯୋଗେ ମସ୍ତିଷ୍କରେ ହୋଇଥିବା ଟ୍ୟୁମରକୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ ହସ୍ପିଟାଲରେ ବାହାର କରାଯାଇଛି । ମସ୍ତିଷ୍କକୁ ନ ଖୋଲି ନାକର ରନ୍ଧ୍ର ବାଟ ଦେଇ ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି । ନବରଙ୍ଗପୁର ଅଂଚଳର ୩୧ ବର୍ଷୀୟ ଇଲେକ୍ଟ୍ରିସିଆନ୍ ସିଲୁ ଜେନା ମୁଣ୍ଡର ଡାହାଣ ପାଶ୍ୱର୍ରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ସହ ଡାହାଣ ଆଖିରେ ସବୁ ପଦାର୍ଥ ଦୁଇ ଦୁଇଟି ଦେଖାଯିବାର ସମସ୍ୟା ନେଇ ସମ୍ ହସ୍ପିଟାଲ୍ରେ ପହଂଚିଥିଲେ । ଗତି କିଛି ମାସ ଧରି ତାଙ୍କର ଏଭଳି ସମସ୍ୟା ଦେଖାଦେଇଥିଲା । ଅନେକ ସ୍ଥାନରେ ପରାମର୍ଶ କରି ବିଫଳ ହେଲା ପରେ ଶିକ୍ଷା ଓ ଅନୁସନ୍ଧାନର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସେ ପରାମର୍ଶ କରିଥିଲେ ଅର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଇଏନ୍ଟି ଏବଂ ଏଣ୍ଡୋସ୍କୋପିକ୍ ସ୍କଲ୍ ବେସ୍ ସର୍ଜରୀର ବିଶେଷଜ୍ଞ ତଥା ସମ୍ ହସ୍ପିଟାଲର ସିନିୟର କନ୍ସଲଟାଂଟ ଡାକ୍ତର ରାଧାମାଧବ ସାହୁ । ଡାକ୍ତର ରାଧାମାଧବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା ।


ବିଭିନ୍ନ ପରୀକ୍ଷା ଓ ଏମ୍.ଆର୍.ଆଇ ରିପୋର୍ଟରୁ ଜଣାପଡ଼ିଲା ଚକ୍ଷୁର ପଛ ପାଖ ଦେଇ ମସ୍ତିଷ୍କ ମଧ୍ୟକୁ ଯାଇଥିବା ସ୍ନାୟୁର ମଧ୍ୟ ଭାଗରେ ଏକ ଟ୍ୟୁମର ସୃଷ୍ଟି ହୋଇଛି । ଯଦ୍ୱାରା ଟ୍ୟୁମର ଥିବା ସ୍ଥାନ ମେକେଲସ୍କେଭରୁ ଚକ୍ଷୁ ମଧ୍ୟକୁ ସଂଯୋଜିତ କରୁଥିବା ସ୍ନାୟୁଗୁଚ୍ଛ ସବୁକୁ ଟ୍ୟୁମରଟି କାଭେରନସ ସାଇନସ୍ ପାଖରେ ଚାପି ରଖିଥିଲା । ଏହି ପରିସ୍ଥିତିରେ ରୋଗୀର ଅବସ୍ଥା ଅତ୍ୟନ୍ତ ଦୂର୍ବଳ ଏବଂ ଜଟିଳ ଥିଲା ।


ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ଡାକ୍ତର ସାହୁ ଓ ସେ ରୋଗୀକୁ ସମ୍ପୂର୍ଣ୍ଣ ପରୀକ୍ଷା କରି ବ୍ରେନ୍ ଏମ୍ଆର୍ଆଇ ଦ୍ୱାରା ମସ୍ତିଷ୍କର ମେକଲ୍ସ କେଭ୍ ପାଖାପାଖି ସ୍ଥାନରେ “ଟ୍ରାଇଜେମିନାଲ୍ ସ୍ୱାନୋମା” ହୋଇଥିବାରର ଜାଣିବାକୁ ପାଇଥିଲେ ।


ଏହି ପ୍ରକାର ଜଟିଳ ରୋଗରୁ ମୁକ୍ତି ନିମନ୍ତେ ଅଧିକାଂଶ ସମୟରେ ପୁରା ମସ୍ତିଷ୍କକୁ ଖୋଲି ଓପନ୍ ବ୍ରେନ୍ ସର୍ଜରୀ କରାଯାଇଥାଏ । ଯାହାଦ୍ୱାରା ଅନେକ ସମସ୍ୟା ଉପୁଜିଥାଏ । ଅନେକ ଦନ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପଡ଼ିଥାଏ ଓ ଜୀବନ ପ୍ରତି ବିପଦ ରହିଥାଏ । ଏହି ଅପରେସନ୍ ପାଇଁ ମଧ୍ୟ ଅଧିକ ସମୟ ଲାଗିଥାଏ ଓ ହସ୍ପିଟାଲ୍ରେ ବେଶି ଦିନ ରହିବାକୁ ପଡ଼ିଥାଏ ।


ମାତ୍ର ଡାକ୍ତର ସାହୁ ଏବଂ ଡାକ୍ତର ଏସ୍. ପାଣିଗ୍ରାହି ଓପନ୍ ବ୍ରେନ୍ ସର୍ଜରୀ ନକରି ନାକ ବାଟ ଦେଇ ଆଡଭାନ୍ସଡ ଏଣ୍ଡୋସ୍କୋପିକ୍ ସ୍କଲ୍ ବେସ୍ ସର୍ଜରୀ ଦ୍ୱାରା ଟ୍ୟୁମରଟିକୁ ସଫଳତାର ସହ କାଢ଼ିପାରିଛନ୍ତି । ଅପରେସନର ୫ ଦିନ ପରେ ରୋଗୀ ଘରକୁ ଫେରି ଯାଇପାରିଛି । ଏହି ବିରଳ ଅସ୍ତ୍ରୋପଚାର ଏହି ପ୍ରକାର ଟ୍ୟୁମର ପାଇଁ ନାକ ବାଟ ଦେଇ ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲ୍ରେ କରାଯାଇଥିବା ଡାକ୍ତର ସାହୁ କହିଛନ୍ତି ।


ସମ ହସ୍ପିଟାଲ ଆସିବା ଆଗରୁ ରୋଗୀଟି ଅନ୍ୟ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କୋ÷ଣସି ସୁଫଳ ପାଇନଥିଲେ । ଆଗାମି ଦିନରେ ଏପରି ଅତ୍ୟାଧୁନିକ ଏଣ୍ଡୋସ୍ପୋପିକ୍ ସ୍କଲ୍ବେସ୍ ସର୍ଜରୀ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯିବ ବୋଲି ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

   Related Posts