Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||

ଖୁବ୍‌ ବିରଳ ରକ୍ତ, ନାଁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ –ଏପରି ବିରଳ ରକ୍ତ ଦାନ କରିବାକୁ ରାଉରକେଲାରୁ ଦିଲ୍ଲୀପ ଆସିଲେ ବ୍ରହ୍ମପୁର

19/10/2019 at 6:24 PM

ବ୍ରହ୍ମପରୁ ୧୯।୧୦ – ଭିନ୍ନ ଧରଣର ରକ୍ତ ଗ୍ରୁପ୍ ବମ୍ବେ ଓ ପଜିଟିଭ୍ ପାଇଁ ରୋଗୀ ଛଟପଟ ,ଏପରି ରକ୍ତ ବ୍ରହ୍ମପୁରରେ ମିଳିଲା ନାହିଁ । ରକ୍ତ ଦେବାକୁ ଦିଲ୍ଲୀପ ଆସିଲେ ରାଉଲକେଲାରୁ । ଗୋଟିଏ ଦେଲେ ଆହୁରି ଦରକାର ଦୁଇଟି । ଚିନ୍ତାରେ ପିରବାରବର୍ଗ  । ଡାକ୍ତର କହିଲେ ଯୋଗାଡ ପାଇଁ ଚାଲିଛି ପ୍ରୟାସ  ।

ରକ୍ତର ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ଏକ ରକ୍ତ ଗ୍ରୁପ୍ ଅଛି. ତାହା ବୋଧେ ହୁଏ ଅଧିକାଂଶ ଲୋକେ ଜାଣି ନ ଥିବେ। ଏହି ରକ୍ତ ଗ୍ରୁପ୍ ହେଉଛି ବମ୍ବେ ଓ ପଜିଟିଭ୍। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଏଭଳି ରକ୍ତ ଗ୍ରୁପ୍ ଆବଶ୍ୟକ ହୋଇଥିବା ବେଳେ ତାହା ବ୍ରହ୍ମପୁରରେ ମିଳିନଥିଲା। ପରେ ରକ୍ତ ଦେବାକୁ ଜଣେ ବଦାନ୍ୟ ବ୍ୟକ୍ତି ରାଉଲକେଲାରୁ ଆସି ବ୍ରହ୍ମପୁରରେ ପହଞ୍ଚିଛନ୍ତି।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍ ବୁରୁତାଲା ପଞ୍ଚାୟତ ମୁଣ୍ଡସିଙ୍ଗି ଗ୍ରାମର ସବିତା ତରାଇ। ନାରାୟଣ ତରାଇଙ୍କ ସ୍ତ୍ରୀ ସବିତା ତରାଇ ଗତ ୪ ଦିନ ପୂର୍ବେ ବ୍ରହ୍ମପୁର ବଡ ମେଡିକାଲ୍‌ରେ ସନ୍ତାନ ପ୍ରସବ କରିଥିଲେ। ପ୍ରସବ ପରେ ହିମୋଗ୍ଳୋବିନ୍ ର ଅଭାବ ଦେଖାଯାଇଥିଲା। ଏଥିପାଇଁ ରକ୍ତର ଆବଶ୍ୟକତା ପଡିଥିଲା। ରକ୍ତ ନମୁନା ପରୀକ୍ଷଣରୁ ଜଣାପଡିଥିଲା ଯେ, ବମ୍ବେ ଓ ପଜିଟିଭ୍  ରକ୍ତ ଗ୍ରୁପ୍। ଏହି ଗ୍ରୁପ୍ ର ରକ୍ତ ବ୍ରହ୍ମପୁର କିମ୍ବା ଗଞ୍ଜାମ ଜିଲ୍ଲାରେ ମିଳିନଥିଲା। ଅନେକ ଅନୁସନ୍ଧାନ ପରେ ରାଉଲକେଲାର ଦିଲ୍ଲିପ ବାରିକଙ୍କ ଏହି ଗ୍ରୁପ୍ ବୋଲି ଜଣାପଡିଥିଲା। ପରେ ଦିଲ୍ଲିପ ଏହି ଗ୍ରୁପ୍ ର ରକ୍ତ ପ୍ରଦାନ କରିବାକୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ୍ ଆସି ରକ୍ତ ପ୍ରଦାନ କରିଛନ୍ତି। ହେଲେ ଆହୁରି ଦୁଇ ୟୁନିଟ୍ ରକ୍ତ ଆବଶ୍ୟକ ବୋଲି ପରିବାରବର୍ଗ ଏବଂ ସ୍ଥାନୀୟ ଅଞ୍ଚଳ ସମାଜସେବୀ କହିଛନ୍ତି।

– ସବିତା ଏବେ ସ୍ତ୍ରୀ ଓ ପ୍ରସୁତି ବିଭାଗର ୧୪୩ ନମ୍ବର ବେଡ୍‌ରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟ ଅବସ୍ଥା ଗମ୍ଭୀର ରହିଥିବା ବେଳେ ନବଜାତ ଶିଶୁର ଓଜନ ଆଶାତୀତ କମ୍ ରହିଥିବା ଜଣାପଡିଛି। ସବିତାଙ୍କୁ ବମ୍ବେ ଓ ପଜିଟିଭ୍ ଗ୍ରୁପ୍ ରକ୍ତ ଆବଶ୍ୟକ ଥିବା ବେଳେ ତାହା ବଡ ମେଡିକଲ୍‌ରେ ଉପଲବ୍ଧ ନଥିଲା। ସେଥିପାଇଁ ରାଉଲକେଲାର ଦିଲ୍ଲିପ ବାରିକଙ୍କ ରକ୍ତ ନମୁନା ଏହି ଗ୍ରୁପ୍ ର ବୋଲି ଜଣାପଡିବା ପରେ ଦିଲ୍ଲିପଙ୍କୁ ସାହାଯ୍ୟ ପାଇଁ କୁହାଯାଇଥିଲା। ଦିଲ୍ଲିପ ବ୍ରହ୍ମପୁର ବଡ ମେଡିକାଲ୍‌ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତ ପ୍ରଦାନ କରିଛନ୍ତି। ନିୟମ ଅନୁୟାୟୀ ରକ୍ତ ପ୍ରଦାନକାରୀଙ୍କୁ ସମସ୍ଥ ପ୍ରକାର ସୁବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଭାଗୀୟ ଡାକ୍ତର ରଶ୍ମିତା ପାଣିଗ୍ରାହୀ। ଦିଲ୍ଲାପୀଙ୍କ ରକ୍ତଦାନଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

ନିଆରା ଗ୍ରୁପ୍‌ର ରକ୍ତ ନମୁନା ବମ୍ବେ ଓ ପଜିଟିଭ୍ ରକ୍ତ ପାଇ ଖୁସ୍ ଥିବା ବେଳେ ଆବଶ୍ୟକ ଥିବା ରକ୍ତ କେଉଁଠାରୁ ଯୋଗାଡ ହେବ ତାକୁ ନେଇ ସମସ୍ଥେ ଚିନ୍ତିତ  ।

   Related Posts