Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଓଡିଶା ଜଙ୍ଗଲରେ ଦେଖାଦେଲା ବିରଳ କଳା ବାଘ: କ୍ୟାମେରାରେ କଏଦ୍ ହେଲା ଫଟୋ

5/11/2020 at 4:39 PM

ଭୁବନେଶ୍ୱର ୦୫/୧୧ : ଓଡିଶା ଜଙ୍ଗଲରେ ଏକ ବିରଳ ବାଘ ଦେଖିବାକୁ ମିଳିଛି। ବାଘ ଶରୀରରେ କଳା କଳା ପଟା ରହିଛି। ବୈଜ୍ଞାନିକଙ୍କ କହିବାନୁଯାୟୀ, ରାଜ୍ୟରେ ଏହିଭଳି କଳା ବାଘ ସଂଖ୍ୟା ୭-୮ ରହିଛି। ଦୁନିଆର କଳା ବାଘ ଜନସଂଖ୍ୟାର ୭୦ ପ୍ରତିଶତ କଳା ବାଘ କେବଳ ଓଡିଶାରେ ହିଁ ଅଛନ୍ତି। ୨୦୦୭ ମସିହାରେ ପ୍ରଥମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଏହି ବାଘ ଦେଖିବାକୁ ମିଳିଥିଲା।

ଓଡିଶାରେ ଦେଖା ଦେଉଥିବା ଏହି କଳା ବାଘର ନାଁ ମେଲେନିଷ୍ଟିକ ଟାଇଗର (Melanistic Tiger)। ବାଘ ଶରୀରରେ ଥିବା ଏହି କଳା ପଟା ବଂଶଗତ ତ୍ରୁଟି। ବନ୍ୟାଜନ୍ତୁ ବିଶେଷଜ୍ଞ ଓ ଭାରତ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ)ର ବୈଜ୍ଞାନିକ ବିବଶ ପାଣ୍ଡଵ ପୂର୍ବରୁ ମଧ୍ୟ ଦାବି କରିଥିଲେ ଯେ କଳା ପଟା ବାଘ ଦୁର୍ଲଭ। କେବଳ ଓଡିଶାରେ ହିଁ ୭-୮ ବାଘ ଅଛନ୍ତି। ଏମାନେ ବଂଶଗତ କାରଣରୁ ଦୁର୍ଲଭ।

୨୦୧୮ ଟାଇଗର ଟାଇଗର ସେନ୍ସସ ରିପୋର୍ଟ ଅନୁସାରେ କଳା ପଟା ଥିବା ବାଘଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଡାକ୍ତର ବିବଶ କହିଛନ୍ତି ଯେ, ଇଣ୍ଟରବ୍ରିଡିଙ୍ଗ ଯୋଗୁଁ ଏହି ବାଘଙ୍କ ଶରୀରରେ କଳା ପଟା ଥାଏ। ଏହି ବାଘଙ୍କ ଆକାର ସାଧାରଣ ବାଘ ଠାରୁ ସାନ। ଭାରତରେ ୧୯୯୦ ମସିହାରେ ପ୍ରଥମେ ଏହି ବାଘ ଦେଖିବାକୁ ମିଳିଥିଲା। ଦ ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ଫଟୋ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ସୌମନ ବାଜପେୟୀ ସଉକରେ ଉଠେଇଥିଲେ। ଏହି ଫଟୋ ଓଡିଶାର ପୂର୍ବାଞ୍ଚଳର।

   Related Posts