ବିରଳ ଶିଶୁ ପୁତ୍ର ଜନ୍ମ : ଫାଟି ଯାଇଛି ଶରୀର, ରକ୍ତ ମାଂସ ପିଣ୍ଡୁଳା ପରି ଆଖି

Published By : Prameya-News7 Bureau | October 05, 2021 IST

ଭଞ୍ଜନଗର ୫।୧୦: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ସକାଳୁ ଏକ ବିରଳ ଶିଶୁ ପୁତ୍ର ଜନ୍ମ ଗ୍ରହଣ କରିଛି । ଶିଶୁର ଅସ୍ବାଭାବିକ ଲକ୍ଷଣ ଦେଖିବାକୁ ମିଳିଛି । କାନ୍ଦୁଥିଲେ ମଧ୍ୟ ଶିଶୁଟିର ସମ୍ପୂର୍ଣ୍ଣ ଶରୀର ଫାଟି ଯିବା ସହ ଶିଶୁଟିର ଆଖି ଦେଖିବାକୁ ଏକ ରକ୍ତ ମାଂସ ପିଣ୍ଡୁଳା ପରି ହୋଇଛି ।

ଡାକ୍ତର ଶ୍ରୀତମ ସୌରତ ସାହୁଙ୍କ କହିବା ଅନୁଯାୟୀ, ଏମିତି ଶିଶୁ ଜନ୍ମ ହେବା ଏକ ବିରଳ । ଏହିପରି ଶିଶୁ ଜନ୍ମ ହେବାର କାରଣ ପ୍ରାୟତଃ ବଂଶଗତ ଶୁକ୍ରାଣୁ ସମସ୍ୟା କାରଣରୁ ଏହିପରି ଶିଶୁ ଜନ୍ମ ହେଇଥାନ୍ତି । ଏପରି ଶିଶୁ ଅଧିକ ଦିନ ବଞ୍ଚି ନଥାନ୍ତି । ଶିଶୁଟିର ଘର ଛାମୁଣ୍ଡା ଗ୍ରାମ ବୋଲି ସୂଚନା ମିଳିଛି । ପିଲାଟିକୁ ବ୍ରହ୍ମପୁର ପଠାଇ ଦିଆଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.