ବିରଳ ଘଟଣା : ସୂର୍ଯ୍ୟଙ୍କ ଦେହରେ ଦେଖାଗଲା କଳାଜାଇ, ଶହେ ବର୍ଷରେ ଦେଖାଯାଏ ୧୩ ଥର

Published By : Prameya-News7 Bureau | November 14, 2019 IST

ନଭେମ୍ବର ୧୧ ତାରିଖରେ ସାରା ବିଶ୍ୱ ଦେଖିଥିଲା ଏକ ବିରଳ ମହାଜାଗତିକ ଦୃଶ୍ୟ। ସୂର୍ଯ୍ୟଙ୍କ ନିକଟତମ ଗ୍ରହ ବୁଧ ତାର କକ୍ଷ ପଥରେ ସୂର୍ଯ୍ୟଙ୍କୁ ପ୍ରଦିକ୍ଷଣ କରିଥିଲା। ଏହି ସମୟରେ ସୂର୍ଯ୍ୟଙ୍କ ଦେହରେ ବୁଧ  ଏକ କଳାଜାଇ ଭଳି ଦେଖାଯାଇଥିଲେ। ଭାରତୀୟ ସମୟ ଅପରାହ୍ନ ୫ଟା ୫୦ ମିନିଟ୍ ରେ ଏହି ଖଗୋଳିୟ ଦୃଶ୍ୟ ମହାକାଶରେ ଦେଖାଯାଇଥିଲେ ହେଁ ଭାରତରେ ସମ୍ପୂର୍ଣ୍ଣ ଦେଖାଯାଇପାରି ନାହିଁ।

{"id":184095,"sizeSlug":"large"}

ବୁଧ କକ୍ଷ ପଥରେ ସୁର୍ଯ୍ୟଙ୍କୁ ଅତିକ୍ରମ କରିବାକୁ ୫ ଘଣ୍ଟା ୫୦ ମିନିଟ୍ ସମୟ ଲାଗିଥିଲା। ତେବେ ଅସ୍ତ ସୂର୍ଯ୍ୟରେ କିଛି ସମୟ ପର୍ଯ୍ୟନ୍ତ କଳାଜାଇ ଦେଖାଯାଇଥିବା ବେଳେ ରାତି ହୋଇଯିବାରୁ ବେଶି ସମୟ ଦେଖା ଯାଇପାରିନଥିଲା। ତେବେ ସବୁଠାରୁ ବଡ କଥା ହେଲା ଏହି ବିରଳ ମହାଜାଗତିକ ଘଟଣା ୧୦୦ ବର୍ଷରେ ମାତ୍ର ୧୩ ଥର ହୋଇଥାଏ। ଏବେ ସୂର୍ଯ୍ଯଙ୍କୁ ବୁଧଙ୍କ ପରିକ୍ରମା ଦେଖିବା ଲାଗି ଆମକୁ ୨୦୩୨ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁପଡିବ।

{"id":184096,"sizeSlug":"large"}

ଏମିତିରେ ବୁଧ ଗ୍ରହ ଅନ୍ୟ ଗ୍ରହଙ୍କ ଭଳି ସୂର୍ଯ୍ୟଙ୍କୁ ନିୟମିତ ପରିକ୍ରମା କରିଥାନ୍ତି। ତେବେ ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ବୁଧ ଆସିବା ଯୋଗୁ ସୂର୍ଯ୍ୟରେ ବୁଧ ଏକ କଳା ଚିହ୍ନ ଭାବେ ଦେଖାଯାଇଥାନ୍ତି। ବୁଧଙ୍କ ବ୍ୟାସ ସୂର୍ଯ୍ୟଙ୍କ ତୁଳନାରେ ମାତ୍ର ୦.୫ ପ୍ରତିଶତ। ଏଣୁ ସୂର୍ଯ୍ୟଙ୍କ ସମ୍ମୁଖରେ ଗତି କରିବା ବେଳେ ବୁଧ ଏକ  କଳାଜାଇ ଭଳିଦେଖାଯାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.