ସାବଧାନ ! ଆସିଲା ଆଉ ଏକ ଭୟଙ୍କର ସଂକ୍ରମଣ 'ଅମିବା', ନାକ ଦେଇ ଶରୀରରେ ପ୍ରବେଶ କରି ମସ୍ତିସ୍କକୁ ନଷ୍ଟ କରିଦିଏ

Published By : Prameya-News7 Bureau | July 06, 2020 IST

ଫ୍ଲୋରିଡ଼ା ୦୬/୦୭ : କରୋନା ମହାମାରୀ ମଧ୍ୟରେ ଆମେରିକା ଫ୍ଲୋରିଡ଼ାରେ ଆଉ ଏକ ରୋଗ ସାମ୍ନାକୁ ଆସିଛି | ମସ୍ତିସ୍କ ଖାଉଥିବା ଅମିବା ମାମଲା ସ୍ପଷ୍ଟ ହୋଇଛି | ଫ୍ଲୋରିଡ଼ା ସ୍ୱାସ୍ଥ୍ୟ ବିଭାଗ ମସ୍ତିସ୍କ ଖାଉଥିବା ନେଗଲେରିୟା ଫାଇଲେରିଆ ନାମକ ଅମିବା ସଂକ୍ରମଣ ସମ୍ପର୍କରେ ସ୍ପଷ୍ଟ କରି ସୂଚନା ଦେଇଛନ୍ତି | ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଅମିବା ମନୁଷ୍ୟ ଶରୀର ମନୁଷ୍ୟ ଶରୀରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥାଏ | ଏହି ଅମିବା ମସ୍ତିସ୍କରେ ପ୍ରାଥମିକ ମେନିଙ୍ଗୋଏନ୍ସଫାଲାଇଟିସ୍ ନାମକ ସଂକ୍ରମଣକୁ ଜନ୍ମ ଦେଇଥାଏ | ଏହି ସଂକ୍ରମଣ ମସ୍ତିସ୍କ କୋଷକୁ ନଷ୍ଟ କରିଦେଇଥାଏ | ୧୯୬୨ ମସିହାରେ ଆମେରିକାର ଫ୍ଲୋରିଡ଼ା ଅଞ୍ଚଳରେ ଅମିବାର ୩୭ ମାମଲା ସାମ୍ନାକୁ ଆସିଥିଲା | ଡାକ୍ତରଙ୍କ କହିବାନୁଯାୟୀ ଅମିବା ଅତ୍ୟନ୍ତ ଭୟଙ୍କର ରୋଗ | ଏହା ସହଜରେ ମନୁଷ୍ୟର ମସ୍ତିସ୍କରେ ଦାଖଲ ହୋଇଥାଏ |

{"id":296861,"sizeSlug":"large"}

ବୈଜ୍ଞାନିକଙ୍କ କହିବାନୁଯାୟୀ, ଅମିବାର ଏକ ପ୍ରଜାତ ସାଧାରଣତଃ ଝରଣା, ନଦୀ କିମ୍ବା ପୋଖରୀର ତାଜା ଓ ଗରମ ପାଣିରେ ଦେଖିବାକୁ ମିଳିଥାଏ | ସ୍ୱାସ୍ଥ୍ୟ ବିଭାଗ ଅମିବାକୁ ନେଇ ଲୋକଙ୍କୁ ଚେତାବନୀ ଦେଇ କହିଛି ଯେ କୌଣସି ଝରଣା ନଦୀ କିମ୍ବା ପୋଖରୀକୁ ସ୍ନାନ କରିବା ପାଇଁ ନ ଯାଆନ୍ତୁ | ପାଣିରେ ପହଁରିବା ସମୟରେ ଏହା ନାକ ଦେଇ ମସ୍ତିସ୍କରେ ସହଜରେ ପ୍ରବେଶ କରିଥାଏ | ସିଙ୍ଗଲ ସେଲ ହୋଇଥିବାରୁ ଏହା ଅତ୍ୟନ୍ତ ସୁକ୍ଷ୍ମ ହୋଇଥାଏ ଏବଂ ଏହା କେତେବେଳେ ଶରୀରରେ ପ୍ରବେଶ କରିଥାଏ ଜଣା ମଧ୍ୟ ପଡ଼ିନଥାଏ | ଫ୍ଲୋରିଡ଼ା ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେରିକାରେ ୧୯୬୭ ରୁ ୨୦୧୭ ମସିହା ମଧ୍ୟରେ ଅମିବା ସଂକ୍ରମଣର ୧୪୩ ମାମଲା ସାମ୍ନାକୁ ଆସିଥିଲା | ଏହା ଏକ ରେୟର ରୋଗ | ସଂକ୍ରମିତ ହୋଇଥିବା ୧୪୩ ଜଣଙ୍କ ମଧ୍ୟରୁ ୪ଜଣଙ୍କ ଜୀବନ ବଞ୍ଚିଥିଲା | ଜୁଲାଇ ଏବଂ ଅଗଷ୍ଟ ମାସ ଅମିବା ପାଇଁ ଅନୁକୂଳ ମାସ | କାରଣ ଏହି ସମୟରେ ତାପମାତ୍ରା ଅଧିକ ଥାଏ |

{"id":296862,"sizeSlug":"large"}

ଅମିବାରେ ନ୍ୟୁଟ୍ରିସନ ଏକ ପ୍ରକ୍ରିୟା ମାଧ୍ୟମରେ ହୋଇଥାଏ | ଏହା ଭୋଜନ ରୂପ ରେ ବ୍ୟାକ୍ଟେରିଆ, ଏଲଗି କିମ୍ବା ଅନ୍ୟ ଚାରା କିମ୍ବା ମୃତ ଜୀବଜନ୍ତୁଙ୍କୁ ଖାଇଥାଏ | ଏହା ଏକ ଆକାରହୀନ କୋଷ ଯାହାର ନା ମୁହଁ ଅଛି ନା କୌଣସି ଶ୍ୱାସନ ତନ୍ତ୍ର | କିନ୍ତୁ ତଥାପି ଅମିବା ଭୋଜନ କରିଥାଏ | ଅମିବା ସଂକ୍ରମଣ ପରେ ଶରୀରରେ କିଛି ଖାସ ଲକ୍ଷଣ ଦେଖା ଦେଇଥାଏ | ପୀଡିତ ବ୍ୟକ୍ତିଙ୍କ ମୁଣ୍ଡ ବିନ୍ଧା, ଜ୍ୱର ହୋଇଥାଏ | ମସ୍ତିସ୍କରେ ସଂକ୍ରମଣ ବଢିଲେ ଏହା ଭୟଙ୍କର ରୂପ ଧାରଣ କରେ | ଗମ୍ଭୀର ଅବସ୍ଥାରେ ପୀଡିତ କୋମାକୁ ମଧ୍ୟ ଚାଲିଯାନ୍ତି | ଲକ୍ଷଣ ଦେଖା ଦେବାର ଦିନେରୁ ୮ ଦିନ ଭିତରେ ପୀଡିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.