ବିଗ୍‌ବସ୍‌ରେ ବିଗିଡିଲା ରାକେଶଙ୍କ ସ୍ବାସ୍ଥ୍ୟବସ୍ଥା, ଡାକ୍ତରଖାନାରେ ହେଲେ ଭର୍ତ୍ତି...

Published By : Prameya-News7 Bureau | November 10, 2021 IST

ନୂଆଦିଲ୍ଳୀ ୧୦।୧୧ : ୱାଇଲ୍ଡ କାର୍ଡରେ ଏଣ୍ଟ୍ରୀ ପ୍ରତିଯୋଗୀ ଭାବରେ 'ବିଗ୍ ବସ୍ ୧୫' ରେ ପ୍ରବେଶ କରିଥିବା ଅଭିନେତା ରାକେଶ ବାପତଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତେବେ ରିପୋର୍ଟ ଅନୁଯାୟୀ, ହଠାତ୍ କିଡନୀରେ ଷ୍ଟୋନ୍‌ ସମସ୍ୟା ହେତୁ ତାଙ୍କୁ ବିଗ୍ ବସ୍ ଘରୁ ବାହାରକୁ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏକ ସୂତ୍ରରୁ ପ୍ରକାଶ ଯେ ନଭେମ୍ବର ୮ ତାରିଖ ରାତିରେ ରାକେଶ ବାପତ ତାଙ୍କ କିଡନୀରେ ଷ୍ଟୋନ୍‌ ଯୋଗୁଁ ଯନ୍ତ୍ରଣା ଅନୁଭବ କରିଥିଲେ। ସ୍ୱାସ୍ଥ୍ୟ ଅବନତି ହେତୁ ନିର୍ମାତାମାନେ ତାଙ୍କୁ ପୂର୍ବ ଦିନ ଅପରାହ୍ନରେ ବିଗ୍ ବସ୍ ଘରୁ ବାହାର କରି ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେ ବର୍ତ୍ତମାନ ଜଣେ ଡାକ୍ତରଙ୍କ ତତ୍ତ୍ବବଧାନରେ ଅଛନ୍ତି। ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ, ସୁସ୍ଥ ହେବା ପରେ ସେ ପୁନର୍ବାର ଶୋ’କୁ ଫେରିବେ ।

wp:html
/wp:html

ତେବେ ଆପଣଙ୍କୁ କହିବା ଯେ ବିଗ୍ ବସ୍ରେ ପରସ୍ପରକୁ ଡେଟିଂ କରି ଆଶ୍ଚର୍ଯ୍ୟଜନକ କରିଥିଲେ, ଯେଉଁଥିରେ ଉଭୟ ପରସ୍ପର ସହିତ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଥିଲେ । ଏହାପୂର୍ବରୁ ଦୀପାବଳି ସପ୍ତାହରେ ରାକେଶ ବାପତ ତାଙ୍କ ରୋମାଣ୍ଟିକ୍‌ ଭାବରେ ଗୋରିଲା ପୋଷାକ ପିନ୍ଧି ଘରେ ପ୍ରବେଶ କରି ଆଶ୍ଚର୍ଯ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.