Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୯୬୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ଡିସଚାର୍ଜ
  • ||
  • ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା
  • ||
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଫେକ୍ ନ୍ୟୁଜ୍ କିଣିବା ମାମଲାରେ ବାଦଶାହ ଦେଲେ ସଫେଇ, ୯ ଘଣ୍ଟା ଚାଲିଲା ପଚରାଉଚରା

9/08/2020 at 12:15 PM

ମୁମ୍ବାଇ ୦୯।୦୮: ନିକଟରେ ବଲିଉଡର ଗାୟକ ବାଦଶାହ ସୋସିଆଲ ମିଡିଆରେ ଫେକ୍‌ ନ୍ୟୁଜ୍‌ କିଣିଥିବାର ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ମୁମ୍ବାଇ ପୋଲିସ ଶୁକ୍ରବାର ବାଦ୍‌ଶାହଙ୍କୁ ପଚରାଉଚରା କରିଥିଲା। ପୋଲିସର ଏହି ପଚରାଉଚରା ପ୍ରାୟ ୯ ଘଣ୍ଟା ଧରି ଚାଲିଥିଲା। ତେବେ ପୋଲିସ ପଚରାଉଚରା ବେଳେ ବାଦ୍‌ଶାହ ଫେକ୍‌ ନ୍ୟୁଜ୍‌ କିଣିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ।

ତେବେ ଏକ ବିବୃତ୍ତିରେ ବାଦ୍‌ଶାହ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, – ‘ମୁଁ ମୁମ୍ବାଇ ପୋଲିସ ସହିତ ଏ ବିଷୟରେ କଥା ହୋଇଛି ।  ମୋ ତରଫରୁ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛି | ମୋ ବିରୁଦ୍ଧରେ ହୋଇଥିବା ସମସ୍ତ  ଅଭିଯୋଗକୁ ମୁଁ ଅସ୍ୱୀକାର କରିଛି ଏବଂ ସ୍ପଷ୍ଟ କରିଛି ଯେ, ମୁଁ ଏପରି କାର୍ଯ୍ୟରେ କେବେବି ଜଡିତ ନଥିଲି। ଏହି ଘଟଣାର ତଦନ୍ତ କରୁଥିବା କର୍ତ୍ତୃପକ୍ଷଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଯେଉଁମାନେ ମୋ ପ୍ରତି ଚିନ୍ତା ପ୍ରକଟ କରିଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଏହା ମୋ ପାଇଁ ବହୁତ କିଛି ।

ସୂଚନାଯୋଗ୍ୟ ଯେ, ଗତମାସରେ ମୁମ୍ବାଇ ପୋଲିସ Information Technology Act provisionsର ଉଲ୍ଲଂଘନ ନେଇ ଏକ ମାମଲା ରୁଜୁ କରିଥିଲା । ଯାହାର ତଦନ୍ତ ଜାରି ରହିଥିଲା । ଏଥିରେ ଇନଷ୍ଟାଗ୍ରାମ, ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେଲିବ୍ରିଟି ଏବଂ ବଲିଉଡର ବଡ ବଡ କମ୍ପାନୀଗୁଡିକ ନକଲି ଫେଲୋଅର୍ସ କିଣୁଥିଲେ ବୋଲି ଅଭିଯୋଗ ଆସିଥିଲା । ଅନୁସନ୍ଧାନ ସମୟରେ, ଏହି ନକଲି ଫେଲୋଅର୍ସଙ୍କୁ ଦାଖଲ କରିଥିବା ସେଲିବ୍ରେଟିଙ୍କ ତାଲିକାରେ ବାଦ୍‌ଶାହଙ୍କ ନାମ ରହିଥିଲା ।  ଯାହା ପରେ ତାଙ୍କୁ ପୋଲିସ ଥାନାକୁ ଡକାଯାଇଥିଲା। ତେବେ ପୋଲିସ ପଚରାଉଚରା ସମୟରେ ଏପରି ଅଭିଯୋଗକୁ ବାଦ୍‌ଶାହ ଖଣ୍ଡନ କରିଛନ୍ତି ।

   Related Posts