ଦଶମ ମହଲାରୁ ଉଲଗ୍ନ ଅବସ୍ଥାରେ ଖସିପଡିଲେ ରାପର୍ ଆକାଙ୍କ ଭାବି ପତ୍ନୀ, ତଳେ ପଡ଼ିବାର କିଛି ସମୟ ପରେ ଚାଲିଗଲା ପ୍ରାଣ

Published By : Prameya-News7 Bureau | April 15, 2021 IST

ଜୋହାନ୍ସବର୍ଗ, ୧୫/୪: ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ରାପର୍ ଆକା (କିଏରନାନ୍ ଫୋର୍ବସ୍)ଙ୍କ ଭାବି ସ୍ତ୍ରୀ ଆନେଲେ ଟେମ୍ବେଙ୍କ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ଏହି ଘଟଣାରେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଥିବା ବେଳେ ଏବେସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

ଏସଏବିସି ନ୍ୟୁଜ ଅନୁସାରେ, ଟେମ୍ବେ ଅନେକ ଦିନ ହେବ ମାନସିକ ଚାପରେ ଥିଲେ । ଗତବର୍ଷ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଏଥିରୁ ରକ୍ଷା କରିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରବିବାର ସକାଳ ସାଢେ ୭ଟାରେ ପେପର୍ କ୍ଲବ୍ ହୋଟେଲ ତଳୁ ଜଣେ ୨୨ ବର୍ଷୀୟା ମହିଳାଙ୍କ ଉଲଗ୍ନ ମୃତଦେହ ପଡିଥିଲା । ସେ ହୋଟେଲର ଦଶମ ମହଲାରୁ ତଳେ ପଡିଯାଇଥିବା କୁହାଯାଉଥିଲା । ପରେ ମହିଳାଜଣଙ୍କ ଟେମ୍ବେ ହୋଇଥିବା ଓ ତାଙ୍କର ଫେବ୍ରୁଆରୀ ମାସରେ ଆକାଙ୍କ ସହ ନିର୍ବନ୍ଧ ହୋଇଥିବା ପୋଲିସ ସ୍ପଷ୍ଟ କରିଥିଲା ।

{"id":438791,"width":589,"height":589,"sizeSlug":"large","linkDestination":"none"}

କେପଟାଉନ୍ ସେଣ୍ଟ୍ରାଲ୍ ପୋଲିସର କହିବାନୁସାରେ, ତଦନ୍ତ ଜାରି ରହିଛି । ହୋଟେଲ୍ ଆଗରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଛି । ରବିବାର ସକାଳେ ଟେମ୍ବେ ହୋଟେଲରୁ ତଳକୁ ଖସି ପ୍ରାଣ ହରାଇଥିଲେ । ସେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

{"id":438792,"sizeSlug":"large","linkDestination":"none"}

ଟେମ୍ବେ ଓ ଆକାଙ୍କ ପରିବାର ଲୋକେ କହିଛନ୍ତି ଯେ, ଆକାଙ୍କର ଏଥିରେ କୌଣସି ଦୋଷ ନାହିଁ । ସେ ଘଟଣା ବେଳେ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଥିଲେ । ତେବେ ଟେମ୍ବେଙ୍କ ମୃତ୍ୟୁ ଗଭୀର ଆଘାତ ଦେଇଥିବା ସେମାନେ କହିଛନ୍ତି ।

ପରିବାର ଲୋକଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଟେମ୍ବେ ବହୁତ ଭଲ ଝିଅ ଥିଲେ । ଆକାଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା । ସେ କୋମଳ ହୃଦୟର ଥିଲେ । ଏହାସହ ପରିବାର ଲୋକଙ୍କୁ ଏକା ଛାଡିବା ସହ ଅଯଥା ବିବାଦ ନକରିବାକୁ ସେମାନେ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.