ଥାନାଗାଜି ଗଣଦୁଷ୍କର୍ମ ମାମଲାରେ ଏକ ବଡ଼ ଖୁଲାସା : ଭିଡିଓ ଭାଇରାଲ କରିବା ପୂର୍ବରୁ ପୀଡ଼ିତାଙ୍କୁ ଡାକିଥିଲେ ଦୁଷ୍କର୍ମକାରୀ

Published By : Prameya-News7 Bureau | May 14, 2019 IST

ଅଲଓ୍ବର ୧୪/୫: ଥାନାଗାଜି ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ସ୍ବାମୀ ଏକ ବଡ଼ ଖୁଲାସା କରିଛନ୍ତି। ପୀଡ଼ିତାଙ୍କ ସ୍ବାମୀଙ୍କ କହିବାନୁସାରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ ପୀଡ଼ିତାଙ୍କୁ  ବ୍ଲାକମେଲ୍ କରି ଆଉଥରେ ଡାକୁଥିଲେ। ଅଭିଯୁକ୍ତମାନେ ପ୍ରଥମେ ଟଙ୍କା ମାଗିଥିଲେ। ଟଙ୍କା ନମିଳିବାରୁ ସେମାନେ ତାଙ୍କ ପ୍ଲାନ୍ ବଦଳିଥିଲେ। ସେମାନେ ପୀଡ଼ିତାଙ୍କ ସ୍ବାମୀଙ୍କୁ ଫୋନ୍ କରି ପୀଡ଼ିତାଙ୍କୁ ଆଉ ଥରେ ପଠାଇବାକୁ କହି ଭିଡିଓ ଡିଲିଟ କରିବାକୁ କହିଥିଲେ। ତାଙ୍କ ପ୍ରସ୍ତାବ ସ୍ବୀକାର ନକରିବାରୁ ପୀଡ଼ିତାଙ୍କୁ ଏକୁଟିଆ ଦେଖା କରିବାକୁ କହିଥିଲେ। କିନ୍ତୁ ହତ୍ୟା ଆଶଙ୍କାରେ ପୀଡ଼ିତା ଅଭିଯୁକ୍ତଙ୍କ ନିକଟକୁ ଯାଇନଥିଲେ। ଏଥିଯୋଗୁଁ ସେମାନେ ରାଗି ପୀଡ଼ିତାଙ୍କ ଭିଡିଓ ଭାଇରାଲ କରିଦେଇଥିଲେ।

ଅପରପକ୍ଷେ ଏହି ମାମଲାରେ ପୋଲିସର ଦାୟିତ୍ବହୀନତା ସାମନାକୁ ଆସିଛି। ଭିଡିଓ ଭାଇରାଲ ହେବା ପରେ ଥାନାକୁ ଯାଇଥିଲେ,କିନ୍ତୁ ୩ଘଣ୍ଟା ବସି ଘରକୁ ଚାଲିଯାଇଥିଲେ। ପୀଡ଼ିତାଙ୍କ ପକ୍ଷରୁ ଯେଉଁ ପ୍ରାର୍ଥନା ପତ୍ର ପୋଲିସଙ୍କ ପାଖକୁ ଲେଖାଯାଇଥିଲା ତାହା ଆଜି ମଧ୍ୟ ତାଙ୍କ ପାଖରେ ରହିଛି। ଥାନା ପୋଲିସ୍ ସେହି ସମୟରେ ପୀଡ଼ିତାଙ୍କଠାରୁ ପ୍ରାର୍ଥନା ପତ୍ର ନେବାକୁ ମନା କରି ଦେଇଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.