ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ଆଣି ହତ୍ୟା କରିବା ଦରକାର - ଜୟା ବଚ୍ଚନ

Published By : Prameya-News7 Bureau | December 02, 2019 IST

ନୂଆଦିଲ୍ଲୀ ୦୨।୧୨ - ହାଇଦ୍ରାବାଦ ଭେଟେନାରୀ ଡାକ୍ତରଙ୍କୁ ଗଣ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତମାନଙ୍କୁ ସର୍ବସାଧାରଣରେ ଦଣ୍ଡ ଦେବା ପାଇଁ ବିଗ୍‌ ବି ଙ୍କ ପତ୍ନୀ ତଥା ରାଜ୍ୟ ସଭା ସାସଂଦ ଜୟା ବଚ୍ଚନ ଦାବି କରିଛନ୍ତି ।

ଏହି ୨୭ ବର୍ଷୀୟ ଭେଟେନାରୀ ଡାକ୍ତରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଗଣ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ପୋଡି ଦେଇଥିଲେ। ଏହି ଅଭୁଯୁକ୍ତମାନଙ୍କୁ ଲୋକଙ୍କ ସାମ୍ନାକୁ ବା ସର୍ବସାଧାରଣରେ ହତ୍ୟା କରିବା ପାଇଁ ଜୟା ଦାବି କରିଛନ୍ତି । ଏହା ତାଙ୍କର ପରାମର୍ଶ , ଏକ କଠିନ ପରାମର୍ଶ ହୋଇଥିଲ ମଧ୍ୟ ଲୋକମାନେ ଏବେ ସରକାରଙ୍କ ଠାରୁ ପକ୍କା ଜବାବ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ଏପରି ଦୁଷ୍କର୍ମ ଓ ହତ୍ୟା ଘଟଣା ଅତି ନିନ୍ଦନୀୟ ।ଏହା ଉପରେ ରାଜ୍ୟ ସଭାରେ କିଛି ସମୟ ପାଇଁ ଆଲୋଚନା ହୋଇଥିଲା । ଏହି ଅବସରେ କେତେଜଣ ସାସଂଦ ଦୁଷ୍କର୍ମକାରୀଙ୍କୁ କଠିନରୁ କଠିନ ଦଣ୍ଡ ଦେବା ସହ ତାଙ୍କର ଅଙ୍ଗ ଛେଦ ପାଇଁ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.