ମହିଳାଙ୍କୁ ଦୁଷ୍କର୍ମ ପରେ ବେକରେ ଶାଢୀ ବାନ୍ଧି ହତ୍ୟା ଘଟଣା : ଅଭିଯୁକ୍ତ ଗିରଫ
8/07/2019 at 3:28 PM

ସମ୍ବଲପୁର ୮/୭: ସମ୍ବଲପୁର ଠେଲ୍କୁଲିଥାନା ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍। ଗତମାସ ୨୮ତାରିଖରେ ଠେଲ୍କୁଲିଥାନା ପତରାପାଲ୍ଲୀ ଗାଁ ନିକଟରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ବେକରେ ଶାଢୀ ବାନ୍ଧି ହତ୍ୟା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ହେଲେ ପୋଲିସ୍ ହତ୍ୟାକାରୀର ସନ୍ଧାନ ପାଉନଥିବା ବେଳେ ସେହି ଗାଁକୁ ଆସିଥିବା ଜଣେ ଯୁବକ ଉପରେ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍ ପତ୍ରାପାଲ୍ଲୀ ବାଲୁଚୁଆଁରୁ ରାଜେଶ୍ ମୁଣ୍ଡାକୁ ଉଠାଇ ଆଣି ପଚରା ଉଚୁରା କରିବା ପରେ ସେ ସମସ୍ତ ଦୋଷ ସ୍ବୀକାର କରିଥିଲା। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବା ସହ ଆଜି ତାକୁ କୋର୍ଟ ଚାଲାଣ କରିଛି।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021