ହୁ,ହୁ ହୋଇ ବଢ଼ୁଛି ଆଳୁ ଦର, ଏପଟେ ନିଜର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ...

Published By : Prameya-News7 Bureau | January 07, 2020 IST

ଭୁବନେଶ୍ବର୭/୧:  ପିଆଜ ପରେ ଏବେ ଆଳୁ ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ଦର ବଢିବା ନେଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ପଶ୍ଚିମବଙ୍ଗରୁ କମ୍ ଆଳୁ ଆସୁଥିବାରୁ ରାଜ୍ୟରେ ଆଳୁ ଦର କମୁନି । କିନ୍ତୁ ସରକାର ସୁଲଭ ମୂଲ୍ୟରେ ଖାଉଟିଙ୍କୁ ଆଳୁ ଯୋଗାଇ ଦେବା ଯୋଜନା କରୁଛନ୍ତି, ବୋଲି ମନ୍ତ୍ରୀ କହିଛନ୍ତି । ଲୋକେ ପିଆଜ ଯେମିତି ସୁଲଭ ମୂଲ୍ୟରେ ପାଉଥିଲେ ସେମିତି ଆଳୁ ବି ସୁଲଭ ମୂଲ୍ୟରେ ପାଇବେ ବୋଲି ସେମାନଙ୍କର  ଆଶା ବଢ଼ି ଯାଇଛି।

{"id":208310,"sizeSlug":"large"}

ପିଆଜ ଦର କିଲୋ ପିଛା ୧୫୦ରୁ ଅଧିକ ହେଲା । ବାହାରୁ ପିଆଜ ଆମଦାନି ପରେ ଦର ସାମାନ୍ୟ ଖସିଲା । ତଥାପି ଖାଉଟିଙ୍କ ଆଖିରୁ ପିଆଜ ଲୁହ ଶୁଖୁନି । ସେପଟେ, ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଏବେ ଅମଳ ସମୟରେ ବି ଆଳୁ ଦର ହୁ ହୁ ବଢୁଛି । ବଜାରକୁ ନୂଆ ଆଳୁ ଆସିବା ସତ୍ତ୍ବେ ଦର ବୃଦ୍ଧି ଘଟୁଥିବାରୁ ଆଳୁ ଚକଟାରେ ପଖାଳ ଖାଉଥିବା ଖଟିଖିଆ ଏବେ ନିରାଶ ।

{"id":208311,"sizeSlug":"large"}

ବଡ଼ ବଡ଼ ବ୍ୟବସାୟୀମାନେ  ଶୀତଳଭଣ୍ଡାରରେ ଆଳୁ ସାଇତି ଷଡଯନ୍ତ୍ର କରି ଖାଉଟିଙ୍କୁ ହନ୍ତସନ୍ତ କରୁଛି ବୋଲି ଅଭିଯୋଗ ହେଉଛି । ବର୍ଷା ଆଶଙ୍କାରୁ ଚାଷୀମାନେ ସାମୟିକ ଭାବେ ଆଳୁ ଅମଳ ସ୍ଥଗିତ ରଖିବା ଦେଖି ବ୍ୟବସାୟୀମାନେ ପୁରୁଣା  ଆଳୁ ଯୋଗାଣ କମାଇ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି । ଫଳରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ବଜାରରେ ଆଳୁର କୃତ୍ରିମ ଅଭାବ ସୃଷ୍ଟି ହୋଇ ଦର ହଠାତ୍ ୧୫ରୁ ୩୫କୁ ଛୁଇଁଗଲା । ଦର ବୃଦ୍ଧି ବାହାନାରେ ଖୁଚୁରା ବେପାରୀ ବି ଖାଉଟିଙ୍କୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି । 

{"id":208312,"sizeSlug":"large"}

ରାଜ୍ୟରେ ବହୁ ଚର୍ଚ୍ଚିତ ଆଳୁ ମିଶନ ଫେଲ ମାରିଲା । ପିଆଜ ମିଶନ ଯୋଜନାରେ ରହିଗଲା । ଏପଟେ, ଯୋଗାଣ ମନ୍ତ୍ରୀଙ୍କ କହିବା କଥା ପଶ୍ଚିମବଙ୍ଗରୁ ଏବେ ଆଳୁ କମ ଆସୁଛି । ତେଣୁ ବଜାର ଚାହିଦା ମେଣ୍ଟୁନି । ସରକାରଙ୍କ ତରଫରୁ ଖାଉଟୀଙ୍କୁ ସୁଲଭ ମୂଲ୍ୟରେ ଆଳୁ ବିକ୍ରି ପାଇଁ ଯୋଜନା ଚାଲିଛି । ଏଥି ସହିତ ମହଜୁଦକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ  ଚେତାବନୀ ଦେଇଛନ୍ତି ।

{"id":208313,"sizeSlug":"large"}

ଏବେ ଖାଲି  ଆଳୁ, ପିଆଜ ଭଳି ନିତିଦିନିଆ ପରିବା ଦର ଆକାଶ ଛୁଆଁ  ନୁହେଁ, ଶୀତ ଦିନେ ବି ଅନ୍ୟ ପନିପରିବା ଦର ଖସୁନି । ତେଣୁ ଖାଉଟି  ଚିନ୍ତାରେ । ସରକାର ଏ ଦିଗରେ କେତେ ଶୀଘ୍ର କି ପଦକ୍ଷେପ ନେଉଛନ୍ତି ତାହାକୁ ଖାଉଟୀ ଅପେକ୍ଷା କରିବା ସ୍ବାଭାବିକ ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.