Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍

22/04/2021 at 4:09 PM

ଭୁବନେଶ୍ବର ୨୨।୪: ଭୁବନେଶ୍ବର ମହାନଗର ନିଗମରେ ବଢ଼ିଲା ରାପିଡ଼ ରେସପନ୍ସ ଟିମ୍ (RRT) ସଂଖ୍ୟା । ବିଏମସିର ୬୭ଟି ୱାର୍ଡ ପାଇଁ ୩୯ଟିମ୍ ଗଠନ କରାଯାଇଛି । ଏ ନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ବିଏମସି ପ୍ରତି ଜୋନ୍ ପାଇଁ ୧୩ଟି ଲେଖାଏଁ ଟିମ୍ କାମ କରିବେ ।  ପ୍ରତି ଟିମରେ ଅଛନ୍ତି ଜଣେ ଡାକ୍ତର ଓ କୋଭିଡ୍ ସଚେତକ ଓ ଜଣେ ଏଏନମ ।  ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ଏହି ଟିମ୍ ନିୟୋଜିତ । ପ୍ରତି ଜୋନରେ ଅଛନ୍ତି ଗୋଟିଏ ସ୍ବତନ୍ତ୍ର ସେଣ୍ଟ୍ରାଲ ଟିମ୍ । ସୋସିଆଲ ମିଡିଆ ଓ ହ୍ଵାଟ୍ସଆପ ଗ୍ରୁପ ଜରିଆରେ ଏହି ଟିମ୍ ନିୟନ୍ତ୍ରଣ କରୁଛି ।

   Related Posts