ଭଦ୍ରକ ୦୧।୦୫: ଭଦ୍ରକରେ ପହଞ୍ଚିଲେ ରାପିଡ଼ ରେସପନ୍ସ ଟିମ । ଜିଲ୍ଲାର କଣ୍ଟେନମେଣ୍ଟ ଜୋନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ଏହି ଟିମ୍ । ସର୍ଭେ ପ୍ରକ୍ରିୟା ସହ ସ୍ୱାବ କଲେକ୍ସନ ସେଣ୍ଟରକୁ ମଧ୍ୟ ଯାଇ କାର୍ଯ୍ୟ ତଦାରଖ କରିବେ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
{"id":262929,"sizeSlug":"large"}ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ କୋଲକାତା ଲିଙ୍କ ରହିଛି । ଜିଲ୍ଲାରେ ୬ ଟି ବ୍ଲକରେ ୨୧ ଟି କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ୩୨ ଟି ପଞ୍ଚାୟତକୁ ଇଣ୍ଟେନ୍ସିଭ ସର୍ଭିଲେନ୍ସ ଜୋନ ଘୋଷଣା ହୋଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ସମୁଦାୟ ସଂଗୃହିତ ସାମ୍ପୁଲ ମଧ୍ୟ ରୁ ୨ ହଜାର ୯୧୮ ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୨ହଜାର ୮୯୯ ଟି ସାମ୍ପୁଲ ନେଗେଟିଭ ଆସିଛି ।