ଗ୍ରାମୀ ଆୱାର୍ଡକୁ ନେଇ ରାପର କାନ୍ୟେ ୱେଷ୍ଟ ଚର୍ଚ୍ଚାରେ, କହିଲେ ଏବେ ମୁକ୍ତ ହେବେ ସବୁ ସଙ୍ଗୀତଜ୍ଞ

Published By : Prameya-News7 Bureau | September 17, 2020 IST

ଚିକାଗୋ: ଆମେରିକୀୟ ସଂଗୀତ,  ରାପର ଓ ହିପ୍ ହପ୍‌ ସିଙ୍ଗର କାନ୍ୟେ ୱେଷ୍ଟ ଏବେ ଚର୍ଚ୍ଚାରେ। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଗ୍ରାମୀ ପୁରସ୍କାର ୱାସ୍‌ ରୁମ ଟୟଲେଟ୍‌ରେ ପଡିଥିବାର ଦେଖିବାକୁ ମିଳୁଥିବା ବେଳେ ତା ଉପରେ କେହି ପରିଶ୍ରା କରୁଛି। ସଙ୍ଗୀତ କ୍ଷେତ୍ରରେ ଗ୍ରାମୀ ଏକ ସମ୍ମାନଜନକ ପୁରସ୍କାର। ତେବେ କାନ୍ୟେଙ୍କ ସୋସିଆଲ ମିଡିଆରେ ଏପରି ପୋଷ୍ଟ ଏବେ ଝଡ ସୃଷ୍ଟି କରିଛି। 

wp:html /wp:html

କାନ୍ୟେ ଆଉ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କର ୧୦ଟି ୟୁନିଭର୍ସାଲ କଣ୍ଟ୍ରାକ୍ଟ ସେ ସେୟାର କରିଥିବା ବେଳେ ଦୁନିଆର ସବୁ ଓକିଲ ଏହାକୁ ଦେଖନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ସେ ଏପରି ଚୁକ୍ତିଭିତ୍ତିକ କଳାକାର ରହିବାକୁ ପସନ୍ଦ କରନ୍ତିନି ବୋଲି ଉଲ୍ଲେଖ କରିଛନ୍ତି। ସେ ଆହୁରି ଅନେକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଏଥିରେ କଳାକାରମାନଙ୍କୁ ମୁହଁ ଖୋଲିବାକୁ ବି ମନା ବୋଲି ମୁଁ ଜାଣେ,  ହେଲେ ମୁଁ ଚୁପ୍ ରହିପାରିବନି ବୋଲି କହିଛନ୍ତି।

wp:html /wp:html

ମୁଁ ମୋ ଲୋକଙ୍କୁ ଦାସ କରିପାରିବିନି ବୋଲି ସେ ଲେଖିଛନ୍ତି। ସେହିପରି ନିଜ ଜୀବନକୁ ସେ ନିଜକୁ ସମର୍ପିତ କରୁଥିବା ମଧ୍ୟ କହିଛନ୍ତି। କାନ୍ୟେ ଲୋକପ୍ରୀୟ ଆମେରିକୀୟ ଗାୟକ। ତାଙ୍କର ‘ଆଇ ଲଭ ଇଟ୍’, ‘ରନୱେ’ ଓ ‘ଫୋର ଫାଇଭ ସେକେଣ୍ଡସ୍’ ଗୀତ ବେଶ ଲୋକପ୍ରୀୟତା ଅର୍ଜନ କରିଥିଲା। ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସେ ଏପର୍ଯ୍ୟନ୍ତ ୧୨ଟି ଗ୍ରାମୀ ପୁରସ୍କାର ମଧ୍ୟ ପାଇଛନ୍ତି।

wp:html /wp:html

ସେହିପରି ବିଶ୍ୱ ମ୍ୟୁଜିକ ଇଣ୍ଡଷ୍ଟ୍ରିର ସବୁଠୁ ବଡ ପୁରସ୍କାର  ମଧ୍ୟରେ ଗ୍ରାମୀ ଅନ୍ୟତମ। ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ଆୱାର୍ଡ ସୋକୁ ‘ବିଗ୍ ଥ୍ରୀ’ ମଧ୍ୟରେ ଅନ୍ୟତମ ମଧ୍ୟ କୁହାଯାଏ। ଆମେରିକା ମ୍ୟୁଜିକ ଆୱାର୍ଡ ଓ ବିଲବୋର୍ଡ ମ୍ୟୁଜିକ୍ ଆୱାର୍ଡ ଭଳି ଗ୍ରାମୀ ଆୱାର୍ଡ। ବିଶ୍ୱର ସର୍ବ ପ୍ରଥମ ଗ୍ରାମୀ ଆୱାର୍ଡ ୧୯୫୯ ମସିହାରେ ପ୍ରଦାନ କରାଯାଇଥିଲା। ତେବେ ସୋସିଆଲ ମିଡିଆରେ କାନ୍ୟେଙ୍କ ପୋଷ୍ଟ ସମସ୍ତଙ୍କୁ ଚକିତ କରି ରଖିଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.