ବିଧବା ମହିଳାଙ୍କୁ କଲେ ଗଣଦୁଷ୍କର୍ମ, ବେହୋସ ଅବସ୍ଥାରେ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତିକଲେ ପଡ଼ୋଶୀ ଭାଇ

Published By : Prameya-News7 Bureau | February 15, 2019 IST

ଜବଲପୁର ୧୫/୨- ଜବଲପୁର ବରେଲାରେ ଜଣେ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ କରି ରାସ୍ତା କଡ଼ରେ ଫିଙ୍ଗିଦେଲେ ଦୁବୃର୍ତ୍ତ । ମହିଳାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତିକଲେ ଜଣେ ସଂପର୍କୀୟ ଭାଇ ।

ଏହିଭଳି ଅଭାବନୀୟ ଘଟଣା ଘଟିଛି ବରେଲା ଅଂଚଳରେ । ଜଣେ ବିଧବା ମହିଳା ରାସ୍ତାରେ ଆସୁଥିବା ବେଳେ ତାଙ୍କୁ ରାସ୍ତାରୁ ଉଠାଇନେଇ କଲେ ଦୁଷ୍କର୍ମ ।

ମହିଳା ବରେଲା ଅଂଚଳରେ ଏକା ରହୁଥିଲେ । ତାଙ୍କର ଦୁଇପୁଅ ନରସିଂହପୁରରେ ଏକ ପ୍ରାଇଭେଟ କଂପାନୀରେ ଚାକିରି କରୁଥିଲେ । ଏହି ସୁଯୋଗରେ ସେହି ଗାଁର ପପୁ ମହାରାଜ ଓ ମୁନ୍ନା ଝରିଆ ନାମକ ଦୁଇଜଣ ଯୁବକ ତାଙ୍କୁ ଗଣବଳାତ୍କାର କରିଥିବାର ଅଭିଯୋଗ ଆସିଛି । ଏହି ଦୁଇଜଣ ଯୁବକ ମଦ ପିଇ ଫେରୁଥିବା ସମୟରେ ମହିଳାଙ୍କୁ ଦେଖି ଜଙ୍ଗଲକୁ ଉଠାଇ ନେଇଥିଲେ । ସେଠାରେ ସାମୁହିକ ଏହିକାମ କରିବା ପରେ ରାସ୍ତା ପାଖରେ ଫିଙ୍ଗିଦେଇ ଚାଲିଯାଇଥିଲେ ।

ଗାଁର କିଛିଲୋକ ଏହି ଘଟଣା ଦେଖି ଜଣେ ସଂପର୍କୀୟ ଭାଇ ସହ ଡ଼ାକ୍ତରଖାନା ପଠାଇଥିଲେ । ପୋଲିସ ଏବାବଦରେ ମାମଲା ରୁଜୁକରି ମୁନ୍ନା ଝରିଆକୁ ଆରେଷ୍ଟ କରିଥିଲେ ମଧ୍ୟ ପପୁ ମହାରାଜ ଫେରାର ଅଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.