Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ନାବାଳିକାକୁ ନିଶାଦେଇ ପ୍ରେମିକ ସାଙ୍ଗମାନଙ୍କ ସହ ମିଶି କଲା ଦୁଷ୍କର୍ମ , ଫେସବୁକ ପ୍ରେମ ପଡ଼ିଲା ମହଙ୍ଗା

20/03/2019 at 6:24 PM

ଲାଲପୁରା ୨୦/୩-ପ୍ରଥମେ ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ । ତା ପରେ ନାବାଳିକା ପ୍ରେମିକାକୁ ନିଶାଦେଇ ସାଙ୍ଗଙ୍କ ସହ ମିଶି ଦୁଷ୍କର୍ମ ।

ଏହିଭଳି ଅଭାବନୀୟ ଘଟଣା ଘଟିଛି  ଲାଲପୁରା ରାଂଚି ନଗର ଅଂଚଳରେ । ପାୟଲ ନାମକ ଅଷ୍ଟମ ଶ୍ରେଣୀର ଜଣେ ନାବାଳିକା ଫେସବୁକରେ ଜଣେ ଦଶମ ଶ୍ରେଣୀ ଛାତ୍ରସହ ହୋଇଥିଲା ପ୍ରେମ । ଏହିପ୍ରେମ ସଂପର୍କରେ ରହିବା ପରେ ଛାତ୍ରଜଣକ ଫାଇଦା ହାସଲ କରିବାକୁ ଚାହୁଁଥିଲା । ବିଭିନ୍ନ ସମୟରେ ପାୟଲକୁ ମଧ୍ୟ ବୁଲାଇବାକୁ ବାହାରକୁ ନେଉଥିଲା ।

ସୋମବାର ପାୟଲ ନିଜର ସ୍କୁଟିରେ ନିଜର ବୟଫ୍ରେଣ୍ଡ ସହ ଯାଇଥିଲା । ପାୟଲକୁ ବୁଲିବା ବାହାନାରେ ଏକ ରୁମକୁ ଡ଼ାକିନେଇଥିଲା ତା ବୟଫ୍ରେଣ୍ଡ । ସେଠାରେ ଆହୁରି ମଧ୍ୟ ବୟଫ୍ରେଣ୍ଡର ୩ଜଣ ସାଙ୍ଗ  ଆଗରୁଥିଲେ । ସେମାନେ ସାଥିହୋଇ କୋଲଡ଼ ଡ଼୍ରଙ୍କସ ପିଇବା ବେଳେ ପାୟଲକୁ ନିଶା ମିଶେଇ ଦେଇଥିଲେ ।  ତା ପରେ ସେମାନେ ଭାଙ୍ଗ ମଧ୍ୟ ଖାଇଥିଲେ । ପାୟଲ ନିଶାରେ କିଛି ଜାଣି ପାରି ନଥିଲା ।ତା ପରେ ସେମାନେ ପାୟଲସହ ଦୁଷ୍କର୍ମ କରିଥିଲେ । ପାୟଲର ବୟଫ୍ରେଣ୍ଡ ସମେତ ଆହୁରି ୩ଜଣ ସାଙ୍ଗ ଜଣେ ପରେ ଜଣେ ପାୟଲକୁ କରିଥିଲେ ଦୁଷ୍କର୍ମ । ଫଳରେ ପାୟଲ ଚେତାଶୂନ୍ୟ ହୋଇପଡ଼ିଥିଲା । ଏହି ମୌକାରେ ସେମାନେ ମାତୃକା ଆଶ୍ରମ ପାଖରେ ପକାଇଦେଇ ଆସିଲେ । ପୋଲିସ ଖବର ପାଇ ପାୟଲକୁ ଉଦ୍ଧାର କରିବା ସହ ଏହି ଘଟଣାର ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବାର ସକ୍ଷମ ହୋଇଛି । ଅଧିକ କାର୍ଯ୍ୟାନୁଷ୍ଠାନ   ପାଇଁ ପାୟଲ ଥାନାରେ ଦେଇଥିବା ବୟାନ ରେକର୍ଡ଼ କରିଛି ପୋଲିସ ।

   Related Posts