Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଘରେ ଏକାଥିବାବେଳେ ୩ଜଣଙ୍କ ଦ୍ଵାରା ଦୁଷ୍କର୍ମ ର ଶିକାର ହୋଇଥିବା ଯୁବତୀଙ୍କୁ ଡ଼ାକ୍ତର କହିଲା ହୋଇନାହିଁ କିଛି

19/03/2019 at 6:26 PM

ଲୁଧିଆନା ୧୯/୩- ଜଣେ ଦୁଷ୍କର୍ମ ପୀଡ଼ିତା ଯୁବତୀକୁ ନ୍ୟାୟଦେବାର କୁଣ୍ଠା ପ୍ରକାଶ କରିଛି ସ୍ଥାନୀୟ ପ୍ରଶାସନ । ଏହି ଘଟଣାରେ ଡ଼ାକ୍ତରୀମାଇନା କରୁଥିବା ଡ଼ାକ୍ତର ବି କରିଛି ମନା । ଯୁବତୀଙ୍କର କୌଣସି ଚିହ୍ନବର୍ଣ୍ଣ ନାହିଁ କିମ୍ବା କୌଣସି ବ୍ୟକ୍ତିଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇନାହାଁନ୍ତି ବୋଲି କହିଛନ୍ତି ଡ଼ାକ୍ତର ।

ଲୁଧିଆନା ରାମଗଡ଼ ସରପଂଚ କଲୋନୀରେ ବାପା-ମାଆଙ୍କ ସହ ୧୮ ବର୍ଷ ବୟସ୍କ ଯୁବତୀ ରହୁଥିଲା । ବାପା-ମାଆ କାମ କରିବାକୁ ସକାଳ ୭ଟାରେ  ବାହାରିଯାଇଥିଲେ । ଘରେ ଏକା ଥିଲେ ଯୁବତୀ । ଏହି ସମୟରେ ୩ଜଣ ଯୁବକ ଜବରଦସ୍ତ ଘରେ ପଶି ଯୁବତୀଙ୍କୁ କରିଥିଲେ ଧର୍ଷଣ ।

ବାପା-ମାଆ ଘରକୁ ଆସିବା ପରେ ଘଟଣା ବାବଦରେ ସବୁ କହିଥିଲେ ଯୁବତୀ  । ଏବାବଦରେ ପରିବାର ପକ୍ଷରୁ ଥାନାରେ ଦିଆଯାଇଥିଲା ଏତାଲା । ଏହି ଏତାଲାକୁ ଭିତ୍ତିକରି ପୀଡ଼ିତାଙ୍କୁ ଡ଼ାକ୍ତରୀମାଇନା କରିବାକୁ ପଠାଇଥିଲା ପୋଲିସ ।

କିନ୍ତୁ ପୀଡ଼ିତା ଦୁଷ୍କର୍ମରେ ଶିକାର ହୋଇନାହିଁ ବୋଲି କହିଛି ଡ଼ାକ୍ତର । ଦୁଷ୍କର୍ମର କୌଣସି କ୍ଷତ ନ ଥିବା କଥା ଡ଼ାକ୍ତର କହିବା ପରେ ଥାନାରେ ରୁଜୁ କରାଯାଇ ପାରିନାହିଁ ମାମଲା । ନ୍ୟାୟ ପାଇଁ ଗରୀବ ଯୁବତୀ ଜଣକ ବାରମ୍ବାର ପ୍ରଶାସନ ପାଖରେ ଗୁହାରୀ କଲେ ମଧ୍ୟ କୌଣସି ଫଳ ମିଳିନାହିଁ ।

   Related Posts