ଘର ଅଗଣାରେ ଖେଳୁଥିବା ୫ବର୍ଷର ଝିଅକୁ ଦୁଷ୍କର୍ମ କଲା ଅଜା

Published By : Prameya-News7 Bureau | June 21, 2019 IST

ଉଦୟପୁର ୨୧/୬: ରାଜସ୍ଥାନର ଉଦୟପୁର ଜିଲ୍ଲାର ଗୋଗୁନ୍ଦା ଥାନାର ଏକ ଗାଁରେ ୫ବର୍ଷର ଝିଅକୁ ତାଙ୍କ ନିଜ ଜେଜେବାପାଙ୍କ ଭାଇ ଦୁଷ୍କର୍ମ କରିଛି। ଶିଶୁର ଅବସ୍ଥା ଶୋଚନୀୟ ହେବାରୁ ପରିବାର ଲୋ​‌କେ ଉଦୟପୁରର ଏମବି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ​‌ପୋଲିସ୍ ୪୫ବର୍ଷ ବୟସ୍କ ଅଭିଯୁକ୍ତକୁ ଗିରଫ କରିଛି।

୫ବର୍ଷର ଝିଅଟି ଘର ଅଗଣାରେ ଖେଳୁଥିଲା। ତାଙ୍କ ବାପା ମାଆ କ୍ଷେତରେ ଥିଲେ। ସେହି ସମୟରେ ତାଙ୍କ ଜେ​‌ଜେବାପାଙ୍କ ଭାଇ ଅର୍ଥାତ୍ ଅଜା ସେଠାକୁ ଆସିଥିଲେ। ସେ ଶିଶୁଟିକୁ ଉଠାଇ ଶୁନଶାନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଶିଶୁ ସହ ଦୁଷ୍କର୍ମ କରିଥିଲା।

ଏହାପରେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ସେ ଅତ୍ୟଧିକ କାନ୍ଦିଥିଲା। ତା’ପରେ ଅଭିଯୁକ୍ତ ସେଠାରୁ ପଳାଇଯାଇଥିଲା। ଏହାପରେ ଶିଶୁର ବାପା ମାଆ ଘରେ ପହଞ୍ଚିଥିଲେ। ଝିଅର ଅବସ୍ଥା ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ଗୋଗୁନ୍ଦାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ନେଇଯାଇଥିଲେ। ଏହାପରେ ତାଙ୍କୁ ଉଦୟପୁର ରେଫର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.